ସାଂସଦମାନଙ୍କୁ କ୍ରିଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): ବିଜେପି ସାଂସଦମାନଙ୍କୁ କ୍ରିଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ବିଜେପିର ସଂସଦୀୟ ବୈଠକରେ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ କହିଛନ୍ତିଯେ, ସେମାନେ ସୁର୍ୟ୍ୟ ନମସ୍କାର ଭଳି ପ୍ରତିଯୋଗିତା ଅନୁଷ୍ଠିତ କରି ଯୁବକମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ଉତ୍ସାହିତ କରନ୍ତୁ । ବିଜେପି ସଂସଦୀୟ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶି । ଏହାସହିତ ପ୍ରଧାନମନ୍ତ୍ରୀ କହିଛନ୍ତିଯେ, ସମାଜ ପ୍ରତି ଉତ୍ସର୍ଗିକୃତ କାର୍ଯ୍ୟ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପଦ୍ମ ପୁରସ୍କୃତ ହୋଇଥିବା ବ୍ୟକ୍ତି ମାନଙ୍କୁ ନେଇ ମଧ୍ୟ ସଂସଦମାନେ କାର୍ୟ୍ୟକ୍ରମ ଅନୁଷ୍ଠିତ କରନ୍ତୁ ଏହା ଦ୍ୱାରା ଯୁବ ପିଢ଼ି ଅନୁପ୍ରାଣିତ ହେବେ । ବିଜପି ସଂସଦୀୟ କମିଟିର ସଦସ୍ୟ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତିତ ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପିୟୁଷ ଗୋୟେଲ, ଏସ ଜୟଶଙ୍କର, ପ୍ରହଲାଦ ଯୋଷି, ଜିତେନ୍ଦ୍ର ସିଂ ଏବଂ ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା ଉପସ୍ଥିତ ଥିଲେ ।

Leave a Reply

Your email address will not be published.