୧୮୦୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ୧୮୦୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡ ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ଡେରାଡୁନରେ ପହଞ୍ଚିବା ପରେ ୧୮୦୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଗମାନଗମନର ଭିତ୍ତିଭୂମି ଓ ପର୍ୟ୍ୟଟନ ସ୍ଥଳୀର ବିକାଶ କ୍ଷେତ୍ରରେ ଅନେକ ଗୁଡ଼ିଏ କାମ ରାଜ୍ୟ ସରକାର ହାତକୁ ନେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ୧୧ଟି ବିକାଶ ମୂଳକ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ। ଏଥିରେ ଦିଲ୍ଲୀ-ଡେରାଡୁନ ଇକୋନୋମିକ କୋରିଡର ମଧ୍ୟ ସାମିଲ ରହିଛି। ଏହି ପ୍ରକଳ୍ପ ପାଇଁ ୮୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏତଦ ସହିତ ପର୍ୟ୍ୟଟକଙ୍କ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ। ବର୍ତ୍ତମାନ ଦିଲ୍ଲୀରୁ ଡେରାଡୁନ ୬ ଘଣ୍ଟା ସମୟ ଲାଗୁଥିବା ବେଳେ ନୂଆ ପ୍ରକଳ୍ପର କାମ ସରିଲେ ପ୍ରାୟ ୩ ଘଣ୍ଟାର ଯାତ୍ରା ଲାଗିବ। ଦିଲ୍ଲୀ-ଡେରାଡୁନ ଇକୋନୋମିକ କରିଡର ୭ଟି ମୁଖ୍ୟ ଚ୍ୟାନେଲକୁ ସଂଯୋଗ କରିବ। ହରିଦ୍ବାରା, ମୁଜାଫରନଗର, ଶାମଲୀ, ଯମୁନାନଗର, ବାଘପେଟ, ମିରଟ ଓ ବରାଉଟକୁ ସଂଯୋଗ କରିବ। ମୋଦୀ ଡେରାଡୁନରେ ଜଳ ଯୋଗାଣ, ସଡ଼କ ଓ ଡ୍ରେନେଜ ପାଇଁ ୭୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ।

Leave a Reply

Your email address will not be published.