ଆଜି ‘ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ’କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ, (ନାଗରାଜ ନ୍ୟୁଜ ): ଆଜି ଉତ୍ତରପ୍ରଦେଶରେ ‘ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ୱେ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ଆଜି ଅପରାହ୍ନରେ ଉତ୍ତରପ୍ରଦେଶରେ ‘ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ୱେ’କୁ ଉଦଘାଟନ କରିବେ । ୩୪୧ କିଲୋମିଟର ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ଉତ୍ତରପ୍ରଦେଶର ପ୍ରମୁଖ ୯ଟି ସହରକୁ ଯୋଡ଼ିବ । ଲକ୍ଷ୍ନୌ ଠାରୁ ବାରବାଙ୍କୀ, ଫୈଜାବାଦ, ଆମ୍ବେଦକରନଗର, ଆମେଥୀ, ସୁଲତାନପୁର, ଆଜମଗଡ଼, ମଉଁ ଓ ଗାଜପୁରକୁ ସ୍ପର୍ଶ କରିବ। ରାଜ୍ୟର ଆର୍ଥିକ ଓ ସାମାଜିକ ବିକାଶରେ ଏହି ରାଜପଥ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ଆଜି ଉଦଘାଟନ ହେବ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ । ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଏହି ସଡକ ରାଜନୀତିର ରାସ୍ତାକୁ ବି ମଜବୁତ କରିପାରେ ।

ତେବେ ଉଦଘାଟନୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ ବାୟୁସେନାର ଏୟାର ସୋ’ । ଯେଉଁଠି ସୁଖୋଇ, ମିରାଜ ଭଳି ଲଢୁଆ ବିମାନର କମାଲ ଦେଖିବାକୁ ମିଳିବ । ଏହି ସବୁ ବିମାନ ଏକ୍ସପ୍ରେସ୍ ୱେରେ ଅବତରଣ କରିବେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published.