ରେଳ ବିଭାଗ ଦେଲା ଆଶ୍ୱସ୍ତି, ୧୦ ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ରେଳ ବିଭାଗ ଦେଲା ଆଶ୍ୱସ୍ତି । ଏବେ ୫୦ ଟଙ୍କା ବଦଳରେ ୧୦ ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ । କେନ୍ଦ୍ରୀୟ ରେଳପଥ ଏବେ ପ୍ଲାଟଫର୍ମ ଟିକେଟ ଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଭାରତରେ କରୋନା ଭାଇରସ ସଂକ୍ରମଣ ହ୍ରାସ ପାଇଛି । ରେଳବାଇ ଅଧିକାଂଶ କଟକଣା କୋହଳ କରିସାରିଛି । ନିକଟରେ ରେଳବାଇ ସମସ୍ତ ସ୍ୱତନ୍ତ୍ର ଟ୍ରେନ ଶେଷ କରି ପୂର୍ବଭଳି ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି । କେନ୍ଦ୍ରୀୟ ରେଳପଥ ଦ୍ୱାରା ଜାରି ଆଦେଶ ଅନୁସାରେ ଏବେ ୫୦ ଟଙ୍କା ସ୍ଥାନରେ ପ୍ଲାଟଫର୍ମ ଟିକେଟ ୧୦ ଟଙ୍କା କରି ଦିଆଯାଇଛି । ଆଦେଶ ଅନୁସାରେ ସିଏସଏମଟି, ଦାଦର, ଏଲଟିଟି, ଥାଣେ, କଲ୍ୟାଣ ଏବଂ ପନୱେଲ ରେଳଷ୍ଟେସନରେ ପ୍ଲାଟଫର୍ମ ଟିକେଟ ୧୦ ଟଙ୍କା କରି ଦିଆଯାଇଛି । ଏହି ଆଦେଶ ନଭେମ୍ବର ୨୫ ଠାରୁ ଲାଗୁ ହୋଇଛି ।

ସୂଚନାଯୋଗ୍ୟ, ରେଳବାଇ କରୋନା ସମୟରେ ରେଳ ପରିଚାଳନା ବନ୍ଦ କରିଦେଇଥିଲା, କିନ୍ତୁ ପରେ କୋଭିଡ ଅବସ୍ଥା ସୁଧୁରିବା ପରେ ଭାରତୀୟ ରେଳ ଧୀରେ ଧୀରେ ଟ୍ରେନ୍ ପରିଚାଳନ ସ୍ୱାଭାବିକ କରିଛି । ପୂର୍ବରୁ ସମସ୍ତ ଟ୍ରେନକୁ ସ୍ୱତନ୍ତ୍ର ଶ୍ରେଣୀରେ ରଖାଯାଇଥିଲା । ଟିକେଟ ଦର ବଢ଼ାଇ ଦିଆଯାଇଥିଲା । ରେଳବାଇ କରୋନା ଯୋଗୁଁ ପ୍ଲାଟଫର୍ମ ଟିକେଟ ୫୦ଟଙ୍କା କରିଦେଇଥିଲା ।

Leave a Reply

Your email address will not be published.