ହିଜାବକୁ ନେଇ ତାଲିବାନର ଆଦେଶ, କେବଳ ପରଦା ଭିତରେ ରହିଲେ ମହିଳାଙ୍କୁ ମିଳିବ ଶିକ୍ଷା ଓ ନିଯୁକ୍ତି

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): କର୍ଣ୍ଣାଟକରେ ହିଜାବ ବିବାଦ ଜୋର ଧରିବାରେ ଲାଗିଛି । ମୁସଲିମ ଝିଅମାନଙ୍କୁ କଲେଜ କ୍ୟାମ୍ପସ କିମ୍ବା କ୍ଲାସରେ ବସିବାକୁ ଅନୁମତି ମିଳୁନାହିଁ । ଯାହାକୁ ନେଇ ସାରା ଦେଶରେ ଦେଖାଦେଇଛି ତୀବ୍ର ବିବାଦ । ହିଜାବକୁ ବିରୋଧ କରି କିଛି ଶିକ୍ଷାର୍ଥୀ ଗେରୁଆ ସ୍କାର୍ଫ ମଧ୍ୟ ପିନ୍ଧି କଲେଜ ଆସୁଛନ୍ତି । ଏହି ସମୟରେ ତାଲିବାନ ମଧ୍ୟ ରଶମହ ପ୍ରତିକ୍ରିୟା ରଖିଛି । ତାଲିବାନ କହିଛିଯେ, ଆଫଗାନିସ୍ତାନର ମହିଳାମାନଙ୍କୁ ପରଦା ତଳେ ରହିବାକୁ ପଡ଼ିବ । ତାଲିବାନର ଜଣେ ମୁଖପାତ୍ର କହିଛନ୍ତିଯେ, ଦେଶରେ କେବଳ ହିଜାବ ପିନ୍ଧିଥିବା ମହିଳା ଶିକ୍ଷା ଓ ରୋଜଗାରର ଅଧିକାର ପାଇବେ । ତାଲିବାନ ମଧ୍ୟ ଆମେରିକାକୁ ନିଜ ଦେଶର ସଂସ୍କୃତି ବଦଳାଇବାକୁ ଚେଷ୍ଟା ନକରିବାକୁ ସ୍ପଷ୍ଟ ଭାବେ କହିଛି । ତାଲିବାନ ମୁଖପାତ୍ର ସୁହେଲ ଶାହିନ ଗଣମାଧ୍ୟମକୁ କହିଛନ୍ତିଯେ, ମହିଳାଙ୍କ ଅଧିକାରକୁ ନେଇ ଆଫଗାନିସ୍ତାନ ଉପରେ ଆମେରିକା ନିଜର ମତ ରଖିବା ଉଚିତ ନୁହେଁ । ଏଥିସହିତ ସେ କହିଛନ୍ତିଯେ, ଯଦି ଆମେରିକା ଏହା କରେ, ତେବେ ଏହା ସେମାନଙ୍କ ସଂସ୍କୃତିରେ ହସ୍ତକ୍ଷେପ ବୋଲି ବିବେଚନା କରାଯିବ । ସୁହେଲ ଶାହିନ୍ କହିଛନ୍ତି ଯେ ହିଜାବ ବିନା ମହିଳା ଶିକ୍ଷାର ଧାରଣା ପାଶ୍ଚାତ୍ୟ ଅଟେ । ଏହା ଆଫଗାନିସ୍ତାନର ସଂସ୍କୃତି ସହିତ ସୁସଙ୍ଗତ ନୁହେଁ । ତାଲିବାନ ଆଦୌ ଏହାର ସପକ୍ଷରେ ନାହିଁ ।

ତାଲିବାନ ମୁଖପାତ୍ର କହିଛନ୍ତି ଯେ ଯଦି ଆଫଗାନିସ୍ତାନର ମହିଳାମାନେ ହିଜାବରେ ରହିଥା’ନ୍ତି, ତେବେ ମହିଳାଙ୍କ ଅଧିକାରକୁ ନେଇ କ ସଗ୍ଦଗ୍ଦଙ୍କର ଣସି ପ୍ରସଙ୍ଗ ହେବ ନାହିଁ। ସେମାନେ କହିଛନ୍ତି ଯେ ଏଠାରେ ମହିଳାମାନେ ହିଜାବରେ ରହି କାମ କରିପାରିବେ। ଆପଣ ଶିକ୍ଷା ମଧ୍ୟ ନେଇପାରିବେ । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ହିଜାବ ପିନ୍ଧି ନଥିବା ଝିଅମାନଙ୍କୁ କଲେଜ ଫାଟକରୁ ଅଟକାଇ ଫେରାଇ ଦିଆଯାଉଛି । ଏହି ଭିଡିଓ କାବୁଲର ରାଣା ବିଶ୍ୱବିଦ୍ୟାଳୟର ଅଟେ । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଯେଉଁ ଝିଅମାନେ ବୁର୍ଖା କିମ୍ବା ହିଜାବ ପିନ୍ଧି ନଥିଲେ ସେମାନେ ନିଜେ ଫାଟକ ନିକଟରେ ଅଟକି ରହିଛନ୍ତି ।

Leave a Reply

Your email address will not be published.