ଓମିକ୍ରନ ଆତଙ୍କ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଡ଼କାଇଲା ଜରୁରୀ ବୈଠକ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେବେ । ଓମିକ୍ରନ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହେବାର ସମ୍ଭାବନା ରହିଛି । ଦିଲ୍ଲୀର ଲୋକନାୟକ ହସ୍ପିଟାଲକୁ ଓମିକ୍ରନ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଓମିକ୍ରନରେ ଚିହ୍ନଟ ରୋଗୀମାନଙ୍କୁ ଏଠାକୁ ଆଣି ଚିକିତ୍ସା କରାଯିବ ।

ମହାମାରୀ କରୋନାର ମାରତ୍ମକ ଭାରିଏଣ୍ଟ ଓମିକ୍ରନକୁ ନେଇ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି । ଭାରତରେ ଏଯାଏ ବିଧିବଦ୍ଧ ଭାବେ ଓମିକ୍ରନ ଭାରିଏଣ୍ଟ ଠାବ ହୋଇନାହିଁ । କିନ୍ତୁ ବିଦେଶରୁ ଅନେକ ଲୋକ ଫେରିଥିବାରୁ ଏହାର ବିପଦକୁ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇ ପାରୁନି । ଏନେଇ ନୂଆ ଯାତ୍ରା କଟକଣା ଲଗାଇବା ପରେ ସ୍ଥିତିର ସମୀକ୍ଷା ପାଇଁ ଅନ୍ୟପକ୍ଷରେ, ଓମିକ୍ରନ ଚିହ୍ନଟ ହୋଇଥିବା ଦେଶଗୁଡ଼ିକରୁ ବିମାନ ସେବା ସଂପୂର୍ଣ୍ଣ ବନ୍ଦ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ପ୍ରଥମେ କରୋନା ଭୁତାଣୁର ନୂଆ ପ୍ରଜାତି ଓମିକ୍ରନ ଚିହ୍ନଟ ହୋଇଥିଲା । ଏହାରି ମଧ୍ୟରେ ବିଶ୍ୱର ଅନେକ ଦେଶରେ ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇସାରିଲାଣି ।

Leave a Reply

Your email address will not be published.