ଋଷକୁ ପାଲଟା ଜବାବ ଦେଲା ୟୁକ୍ରେନ

ନୂଆଦିଲ୍ଳୀ, (ନାଗରାଜ ନ୍ୟୁଜ ): ଋଷ-ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଉଛି । ଋଷ ଆକ୍ରମଣର ପାଲଟା ଜବାବ ଦେଇଛି ୟୁକ୍ରେନ । ୟୁକ୍ରେନ ପୂର୍ବାଞ୍ଚଳ ସାମରିକ ଘାଟିରୁ ଋଷ ଉପରେ ଜୋରଦାର ପ୍ରତି ଆକ୍ରମଣ । ଲୁହାନସ୍କ ଅଞ୍ଚଳରେ ଋଷର ୫ଟି ଯୁଦ୍ଧ ବିମାନକୁ ଧ୍ୱଂସ କରିଛି ୟୁକ୍ରେନ । ଏହାସହ ଗୋଟିଏ ହେଲିକପ୍ଟରକୁ ବି ଧ୍ୱସ୍ତ ବିଧ୍ୱସ୍ତ କରିଦିଆଯାଇଛି । ସେପଟେ ଜଳ-ସ୍ଥଳ-ଆକାଶରୁ ଏକକାଳୀନ ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷ ସେନା । ବୋରିସପିଲ, ଓଡୋରନୋମ, କୁଲାବାକିନୋମୁ, ଚୁଗ୍ୟୁଏଭ, କ୍ରାମାଟୋରସ୍କ, କ୍ରୋନୋ ବାଇଭିଟସ, ଏବଂ ଓଡର ବିମାନ ବନ୍ଦର ଏବଂ ଘାଟିରୁ ବାଲିଷ୍ଟିକ ଆକ୍ରମଣ କରିଛି ୟୁକ୍ରେନା ସେନା । ୟୁକ୍ରେନ ସେନା ମୁଖ୍ୟ ନିଜେ ଯୁଦ୍ଧ ପରିଚାଳନା କରୁଛନ୍ତି ।

Leave a Reply

Your email address will not be published.