ମେଡିକାଲ କଲେଜରେ ୨୨.୫୦% ସିଟ ସଂରକ୍ଷଣ ଦାବିରେ ଆଦିବାସୀ କଲ୍ୟାଣ ସଙ୍ଘର ବୈଠକ

Spread the love

ଟିଟିଲାଗଡ, (ସରୋଜ ପୁଝାରୀ): ସ୍ଥାନୀୟ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର କାର୍ଯ୍ୟ କାରିଣୀ ବୈଠକ ସଙ୍ଘର ବ୍ଲକ ସଭାପତି ପଦ୍ମନ ପ୍ରଧାନୀ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଯୁକ୍ତ ଦୁଇରୁ ତଦୁର୍ଦ୍ଧ ଉଚ୍ଚଶିକ୍ଷା କ୍ଷେତ୍ରରେ ଏଡ଼ମିସନ ଫି ସମ୍ପୂର୍ଣ ଛାଡକରିବା ଏବଂ ମେଡିକାଲ କଲେଜରେ ଓଡିଶା ସ୍ଥାନ ସଂରକ୍ଷଣ, ଆଇନ ୧୯୭୫ ଅନୁସାରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ସକାଶେ ଶତକଡା ୨୨.୫୦ ପ୍ରତିଶତ ସିଟ ସଂରକ୍ଷଣ କରିବାକୁ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ଗୃହୀତ ହୋଇଥିଲା । କିସ ଆଦିବାସୀ ବିଦ୍ୟାଳୟରେ ପ୍ରଥମରୁ ପୋଷ୍ଟ ଗ୍ରାଜୁଏଟ ପର୍ଯ୍ୟନ୍ତ ୩୦ ହଜାର ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ନିଃଶୁଳ୍କ ଓ ସମ୍ପୂର୍ଣ୍ଣ ଆବାସିକ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବାରୁ କିସ କିଟ ର ପ୍ରତିଷ୍ଠିତା ଡଃ ଅଚ୍ୟୁତ ସାମନ୍ତ ଙ୍କୁ ବୈଠକରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କିସରେ ନାମ ଲେଖା ପ୍ରକ୍ରିୟା ଚାଲିଥିବାରୁ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ଏଡ଼ମିସନ କରିବାକୁ ସୂଚନା ଦିଆଯାଇଥିଲା । କିସର ଛାତ୍ର ଛାତ୍ରୀ ମାନଙ୍କୁ କଳିଙ୍ଗ ଟିଭିରେ ଶିକ୍ଷା ପ୍ରଦାନ ସହିତ ଅନଲାଇନ ଲାଇଭ କ୍ଳାସ ବ୍ୟବସ୍ଥା କରି ଆଧୁନିକ ଟେକ୍ନିକାଲ ଜ୍ଞାନ କୌଶଳ ମାଧ୍ୟମରେ ମାଗଣା ଉଚ୍ଚ ଶିକ୍ଷା ପ୍ରଦାନ କରୁଥିବାରୁ କିସ କର୍ତ୍ତୃପକ୍ଷଙ୍କ ମହାନ ଅବଦାନକୁ ଆଦିବାସୀ ମାନେ ପ୍ରଶଂସା କରିଥିଲେ । ବୈଠକରେ ସଭାପତି ପଦ୍ମନ ପ୍ରଧାନୀ, ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ହାଁସଦା, ନଗର ସଭାପତି ନିତ୍ୟା ନନ୍ଦ ମାଝୀ, ଘାସିରାମ ମାଝୀ, ଥବିର ପୁଝାରୀ, ସୁନୀଲ ମାଝୀ, ପ୍ରଫୁଲ୍ଲ ପ୍ରଧାନୀ, ଦେବସୀଂ ମାଝି, ଜଗନ୍ନାଥ ମାଝୀ ମୁରିବାହାଲ ବ୍ଲକ ର ରାଜୀବ କୁଅଁର, ଭୁବନେ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *