ୟୁକୋ ବ୍ୟାଙ୍କ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

Spread the love

କଟକ, (ନାଗରାଜ ନ୍ୟୁଜ): ବର୍ତ୍ତମାନ ମହିଳାମାନେ ନିଜକୁ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏଥିପାଇଁ ବହୁ ମହିଳା ମଧ୍ୟ ଆତ୍ମନିଯୁକ୍ତି ମଧ୍ୟ ହେଉଛନ୍ତି । ଏହାକୁ ନେଇ ଆଜି ୟୁକୋ ବ୍ୟାଙ୍କ ତରଫରୁ ସାରଳା ଭବନରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଯେଉଁଥିରେ ଅତିଥି ଭାବେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଏଡିଏମ ବିଜୟ କୁମାର ଖଣ୍ଡାୟତରାୟ, ସିଏମସି କମିସନର ଅନନ୍ୟା ଦାସ, ନାବାର୍ଡର ଅଧିକାରୀ ସିଦ୍ଧାର୍ଥ ଶଙ୍କର ପଣ୍ଡା, ଏମଏସଏମଇ ନିର୍ଦ୍ଦେଶକ ପବନ ଗୁପ୍ତା, ଶିଳ୍ପ ନିର୍ଦ୍ଦେଶକ ସାଦ୍ଦିକ ଆଲାମ, ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ଅରୁପାନନ୍ଦ ଜେନଙ୍କ ସମେତ ଏସବିଆଇ ରିଜର୍ଭ ବ୍ୟାଙ୍କ ଅଧିକାରୀ ଓ ଡିଆରଡିଏ ପିଡି ପ୍ରମୁଖ ଯୋଗ ଦେଇଥିଲେ ।

ବିଶେଷ କରି କଟକ ସହର ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ମହିଳାମାନେ ବିଗତ ଦିନରେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏଥିପାଇଁ ବିଭିନ୍ନ ଜାତୀୟ ବ୍ୟାଙ୍କ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ରୋଜଗାରକ୍ଷମ କରାଯିବାକୁ ବ୍ୟବସ୍ଥା ରହିଛି । ତେବେ ଆଗାମୀ ଦିନରେ ଆହୁରି ଅନେକ ମହିଳାମାନେ ନିଜକୁ ନିଜେ ରୋଜଗାରକ୍ଷମ ହେବେ ବୋଲି କଟକ ଏଡିଏମ ବିଜୟ କୁମାର ଖଣ୍ଡାୟତରାୟ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ କଟକର ସାଲେପୁର, ବଡମ୍ବା, ନରସିଂହପୁର ଓ ବାରଙ୍ଗ ଆଦି ସ୍ଥାନରୁ ବିଭିନ୍ନ ଗ୍ରୁପ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *