ଆସୁଛି ଲଘୁଚାପ ୩ ରୁ ବର୍ଷା ସମ୍ଭାବନା

Spread the love

ଭୁବନେଶ୍ୱର,(ନାଗରାଜ ନ୍ୟୁଜ ):୧/୦୮/୨୦୨୦

ଆସନ୍ତା ୪ ତାରିଖ ଦିନ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ତେବେ ତାହା ୨୪ ଘଣ୍ଟା ପରେ ପଶ୍ଚିମ ଆଡ଼େ ସ୍ଥଳ ଭାଗକୁ ଗତି କରିବ। ଫଳରେ ୫ରେ ଓଡ଼ିଶା, ଛତିଶଗଡ଼ ଏବଂ ସଂଲଗ୍ନ ପୂର୍ବ ମହାରାଷ୍ଟ୍ର ଉପରେ ଲଘୁଚାପ ସୃଷ୍ଟି ହେବ। ଏହା ଫଳରେ ରାଜ୍ୟରେ ୩ ତାରିଖଠାରୁ ବର୍ଷା ଆରମ୍ଭ ହେବ। ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ଉପକୂଳ ଅଞ୍ଚଳରେ ୩ରୁ ୫ ତାରିଖ‌ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୬ ତାରିଖ ଯାଏଁ ବର୍ଷା ହେବ। ୫ ତାରିଖ ଦିନ ରାଜ୍ୟ‌ର ଅଧିକାଂଶ ସ୍ଥାନରେ ଭାରି ବର୍ଷା ହେବ। କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ।

Leave a Reply

Your email address will not be published. Required fields are marked *