ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

Spread the love

ପୁରୀ,(ନାଗରାଜ ନ୍ୟୁଜ): ତିନି ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତ ସେବାୟତ ମାନେ ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ଦୋଳବେଦୀର ଅସ୍ଥାୟୀ କମାର ଶାଳ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । ଏଠାରେ ତିନି ରଥ ପାଇଁ ସମସ୍ତ ପ୍ରକାର କଣ୍ଟା ତିଆରି ହେଉଛି। କମାର ସେବକ ମାନେ ତିନିରଥ ପାଇଁ ଦୋଳବେଦୀରେ ପ୍ରସ୍ତୁତ କରିଥାନ୍ତି ସମସ୍ତ ପ୍ରକାର ରଥ କଣ୍ଟା। ତିନିରଥ ପାଇଁ ପ୍ରାୟ ୫୦ ରୁ ୬୦ ପ୍ରକାରର କଣ୍ଟା ଆବଶ୍ୟକ ହୋଇଥିଏ। ଅରକଣ୍ଟା, ପନ୍ଦାରୀ, ପନ୍ଦାରୀ ଚାବି, ବଳା, ଯୋଖା ଭଳି ଅନେକ ପ୍ରକାର ଗୁରୁତ୍ୱପୁର୍ଣ୍ଣ କଣ୍ଟା ତିଆରି କରିଥାନ୍ତି ଏହି କମାର ସେବକମାନେ। ତେବେ ଏହି କଣ୍ଟା ତିଆରି ପାଇଁ ସ୍ୱତନ୍ତ୍ର ଶୈଳୀ ବ୍ୟବହାର କରାଯାଇଥାଏ । ସେପଟେ ରଥ ଖଳା ରେ ତିନି ରଥ ର ତିଆରି ହୋଇ ଥିବା ତୁମ୍ବ ରେ ବିନ୍ଧ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି ବିଶ୍ୱକର୍ମା ମହାରଣା । ବିନ୍ଧ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ସେପଟେ ଆଜି ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସହ କମାର ଶାଳରେ କଣ୍ଟା ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ। ସମସ୍ତ ସେବକ ମାନେ ଦ୍ରୁତ ଗତିରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ନେଉଥିବାରୁ ଖୁବଶୀଘ୍ର ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ଆଶା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *