୧୦ମ ବାର୍ଷିକ ପିଙ୍ଗୁଆ ମହୋତ୍ସବ ଉଦଘାଟିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଠାରେ ୧୦ମ ବାର୍ଷିକ ପିଙ୍ଗୁଆ ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଉକ୍ତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସଦର ବିଧାୟକ ଶ୍ରୀ ସୁଧିର କୁମାର ସାମଲ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ସନ୍ମାନୀତ ଅତିଥି ଭାବେ ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ସୁରେଶ ପଣ୍ଡା, ବରିଷ୍ଟ ଗୀତିକାର ତଥା ଅଭିନେତା ଶ୍ରୀକାନ୍ତ ଗୌତମ, ବିଧାୟକ ପ୍ରତିନିଧି ନିରାକାର ରାଉତ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ନରୋତ୍ତମ ସାହୁ , ସରପଞ୍ଚ ପବିତ୍ର ରଞ୍ଜନ ମହାଳିକ,ସମିତି ସଭ୍ୟ ଶ୍ରୀନିବାସ ସାହୁ , ମହୋତ୍ସବ ର ସଭାପତି ରଞ୍ଜନ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଥିଲେ । ଉକ୍ତ ମହୋତ୍ସବ ରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *