୧୪ କେଜି ୨୦୦ ଗ୍ରାମ ବଜ୍ର କାପତା କାତି ଉଦ୍ଧାର, ଦୁଇ ଶୀକାରୀ ଗିରଫ

Spread the love

ଢେଙ୍କାନାଳ, (ସୌମ୍ୟ ରଞ୍ଜନ ମହାନ୍ତି): ସରକାର ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ କଡାକଡି କରୁଥିବା ବେଳେ ବନ୍ୟ ଜନ୍ତୁଙ୍କ ଶିକାର ମଧ୍ୟ୍ୟ ବଢିବାକୁ ଲାଗିଛି । ବଜ୍ର କାପତାର ହାଡର ଚାହିଦା କଳା ବଜାରରେ ବେଶ ଅଧିକ ଥିବାରୁ ଅମାନବିକ ଶିକାରୀମାନେ ଲାଗିପଡିଛନ୍ତି ଏହାର ଶିକାରରେ । ତେବେ ବନ ସୁରକ୍ଷା ଅଧିକାରୀ ମାନେ ଏହାକୁ ରୋକିବାକୁ ଲାଗିପଡ଼ିଥିବା ବେଳେ ସେମାନଙ୍କୁ ମିଳିଛି ଏକ ବଡ ସଫଳତା ।

କୌଣସି ସୂତ୍ରରୁ ଖବର ପାଇ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଢ଼େଙ୍କାନାଳ ବନଖଣ୍ଡ ଅଧିକାରୀ ଓ WCCB ସେଣ୍ଟେରାଲ ରିଜନ୍ ଜବଲପୁରର ମିଳିତ ଉଦ୍ୟମ ଦ୍ବାରା ଢେଙ୍କାନାଳ ସଦର ଅନ୍ତର୍ଗତ ଦାନ୍ଦର ନାଳି ଠାରେ ବାଇକି ଯୋଗେ ଚୋରା ଚାଲାଣ ପାଇଁ ଯାଉଥିବା ସମୟରେ ୧୪କେଜି ୨୦୦ଗ୍ରାମ ବଜ୍ର କାପତା କାତି ଉଦ୍ଧାର କରିବା ସହିତ ଦୁଇ ଶିକାରିଙ୍କୁ ଗିରଫ କରିଥିଲା ପୋଲିସ । ତତ ସହିତ ଅଭିଯୁକ୍ତଙ୍କ ଠାରୁ ଗୋଟେ ମୋଟରସାଇକେଲ ଓ ଦୁଇଟି ମୋବାଇଲ ଫୋନ ମଧ୍ୟ୍ୟ ଜବତ୍ କରାଯାଇଛି।

ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ରତ୍ନାକର ରାଉଳ‌ ଓ ଫିରୋଜ୍ ଖାନ୍ ଉଭୟ ଟାଉନ୍ ଥାନା ଅଧିନସ୍ଥ ଢ଼େଙ୍କାନାଳ ଜିଲ୍ଲାର ବାସିନ୍ଦା ହୋଇଥିବାର ଜଣାପଡିଛି । ତେବେ ମଣିଷ ର ମଣିଷତ୍ବ କେବେ ସଜାଗ ହେବ ଏବଂ ନିରୀହ ପଶୁ ଶିକାରୀ କେବେ ବନ୍ଦ ହବ ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *