ହୋମିଓପାଥିକ ଚିକିତ୍ସକ ଡାକ୍ତର ଅଶୋକ କୁମାର ମହାନ୍ତିଙ୍କ ଜନ୍ମବାର୍ଷିକୀ ଅବସରରେ ୨ ଦିନିଆ ସେମିନାର

Spread the love

ପୁରୀ, (ନାଗରାଜ ନ୍ୟୁଜ): ସ୍ବର୍ଗତ ସ୍ୱନାମଧନ୍ୟ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ହୋମିଓପାଥିକ ଚିକିତ୍ସକ ତଥା ପ୍ରଶିକ୍ଷକ ଡାକ୍ତର ଅଶୋକ କୁମାର ମହାନ୍ତିଙ୍କ  ୫୯ ତମ ଜନ୍ମବାର୍ଷିକୀ ଅବସରରେ ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ୍ ହଷ୍ଟେଲ ପରିସରରେ ଏକ ୨ ଦିନିଆ ସେମିନାର କୁ ବରିଷ୍ଠ ଚିକିତ୍ସକ ଡାକ୍ତର କୃଷ୍ଣଚନ୍ଦ୍ର ମିଶ୍ର ଉଦଘାଟନ କରିଛନ୍ତି ।ଆଶା ଷ୍ଟଡି ଗ୍ରୁପ ଓଡ଼ିଶା ରାଜ୍ୟ ଶାଖାର ଉପଦେଷ୍ଟା ଡାକ୍ତର ଓଁକାର ନାଥ ମିଶ୍ର ସ୍ୱାଗତ ଭାଷଣ ସହ ସେମିନାର ର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ।ବରିଷ୍ଠ ଚିକିତ୍ସକ ଡାକ୍ତର କ୍କୃଷ୍ଣ ଚନ୍ଦ୍ର ମିଶ୍ର, ଡା. ପ୍ରଭାକର ମହାପାତ୍ର,ଏବଂ ଡ଼ା.ହରିହର ସିହ୍ନା ଙ୍କୁ ଚିକିତ୍ସା କ୍ଷେତ୍ରରେ ଅବିରତ ସେବାପ୍ରଦାନ କରିଆସୁଥିବାରୁ ଜୀବନବ୍ୟାପି ସଫଳତା  ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ଚିକିତ୍ସକ ମାନେ ଯୋଗ ଦେଇଛନ୍ତି।ଏହି ପାଠ୍ୟ ଚକ୍ରରେ ମହାରାଷ୍ଟ୍ର ପୁନେର ଖ୍ୟାତିସମ୍ପନ୍ନ ଡାକ୍ତର ଶିଳ୍ପା କେଲ୍ କର୍,ଓଡ଼ିଶାର ଡ. ମଧୁସ୍ମିତା ଦାସ,ଡ.ମାତୃପ୍ରସାଦ ମହାପାତ୍ର,ଡ.କୁବେର ଚରଣ ସାହୁ,ଡ.ସୁଶାନ୍ତ ଚିହ୍ନରା,ଡ.ମାନସ ରଞ୍ଜନ ଜେନା,ଡ.ମଦନମୋହନ ମିଶ୍ର, ଡ.ପଞ୍ଚାନନ ପ୍ରଧାନ ରୋଗୀର ମାନସିକ ଲକ୍ଷଣ ମାଧ୍ୟମରେ ହୋମିଓପାଥିକ ଚିକିତ୍ସାର ଅଭିଜ୍ଞତା କୁ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ଡ଼ ପତିତପାବନ ଦାଶ୍ ସୁଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *