୨ଲୁଟେରା ଗିରଫ,୧ ବାଇକ୍ ଓ ୧୨ ମୋବାଇଲ ଜବତ

Spread the love

ବାରଙ୍ଗ,(ନାଗରାଜ ନ୍ୟୁଜ): ବାରଙ୍ଗ ଥାନା ପୁଲିସକୁ ଆଳୁ ଖେଳୁ ଖୋଳୁ ମହାଦେବ ବାହାରିବା ଭଳି ଏକ ବଡ ସଫଳତା ମିଳିଛି। ଏକ ମୋବାଇଲ ଲୁଟର ଖୋଳତାଡ କରିବା ବେଳେ ବାରଙ୍ଗ ଥାନା ପୁଲିସ ହାବୁଡରେ ପଡିଛନ୍ତି ଦୁଇ ଜଣ କୁକ୍ଷାତ ମୋବାଇଲ ଲୁଟରା । ସେମାନଙ୍କ ଠାରୁ ଲୁଟ କରିଥିବା ୧୨ଟି ଦାମି ମୋବାଇଲ ଫୋନ ଓ ଚୋରିରେ ବ୍ୟବହୃତ ଏକ ହିରୋ ସ୍ପ୍ଲେଣ୍ଡର ମୋଟର ସାଇକେଲ(ଓଡି ୩୫ ସି ୧୪୩୨) ଜବତ କରିଛି ବାରଙ୍ଗ ଥାନା ପୁଲିସ। ପୁଲିସ ଗିରଫ କରିଥିବା ଆଶାମୀ ମାନେ ହେଲେ ଅନୁଗୁଳ ଜିଲ୍ଲା କଣିହାସ୍ଥିତ ଏନଟି ପିସି ଥାନା ଅଧିନ ଜରଡା ଗ୍ରାମର ପପୁ ଓରଫ ପପୁନା ସାହୁ(୨୩) ଓ ଅନ୍ୟ ଜଣେ ବିହାର ରାଜ୍ୟ ଆରହ ଜିଲ୍ଲା ମିଲକି ଗ୍ରାମର ଅନୁଗୁଳର ତାଳଚେର ସଦର ଥାନା ହାଟତୋଟାରେ ରହୁଥିବା ଶୋଭନ ସିଂ (୨୧) । ଗତ ନଅ ତାରିଖ ରାତିରେ ନନ୍ଦନକାନନ ଥାନା ଅଧିନ ରଘୁନାଥପୁର ଜଳିରେ ରହୁଥିବା ଗଙ୍ଗାଧର ଲେଙ୍କା (୫୭) କଟକରୁ ଘରକୁ ଫେରୁଥିବାବେଳେ  ବାରଙ୍ଗ ତ୍ରିଶୁଳୀଆ ରାସ୍ତାର ଫୁଲପୋଖରୀ ଛକ ଠାରେ ଦୁଇଜଣ ଦୁର୍ବୁତ ତାଙ୍କୁ ଅଟକାଇ ମୋବାଇଲ ଛଡାଇ ନେଇ ଫେରାର ହୋଇଯାଇଥିବା ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିର୍ତ୍ତିକରି ମୋବାଇଲ ଟ୍ରାକିଂ କରି ପୁଲିସ ଲୁଟେରା ଦୁଇ ଜଣକୁ ଗିରଫ କରି କୋଟ ଚାଲାଣ କରିଛି। ଏହି ଲୁଟେରା ଦୁଇ ଜଣ କଟକର ବିଭିନ୍ନ ସ୍ଥାନରୁ ଅନେକ ଲଟରେ ସମିଲିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

Leave a Reply

Your email address will not be published. Required fields are marked *