ଦ୍ୱିତୀୟ ବାର୍ଷିକ ଶ୍ରାବଣୀ ମହୋତ୍ସବ

Spread the love

ପୁରୀ,(ନାଗରାଜ ନ୍ୟୁଜ): ବୈଦିକ ବ୍ରାହ୍ମଣ ପରିଷଦ ଓଡିଶା ଆନୁକୁଲ୍ୟରେ ଶ୍ରାବଣୀ ମହୋତ୍ସବ ୨୦୨୨ – ଶ୍ରାବଣ କୃଷ୍ଣ ପ୍ରତିପଦା ଠାରୁ ପୂର୍ଣିମା ପର୍ଯ୍ୟନ୍ତ ଏକ ମାସ ଧରି ବିଶ୍ଵ କଲ୍ୟାଣ ନିମନ୍ତେ ଅନୁଷ୍ଠିତ ହୋଇଯାଇଛି | ପୂଜ୍ଯ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନ ଓ ପରମହଂସ ପ୍ରଜ୍ଞାନାନନ୍ଦ ଅନୁଜ୍ଞାରେ ଆଚାର୍ଯ୍ୟ ପଣ୍ଡିତ ସୁଧାଂଶୁ ଶେଖର ମହାପାତ୍ରଙ୍କ ସଭାପତିତ୍ବରେ, ବୈଦିକ ପରିଷଦ ସମ୍ପାଦକ ପଣ୍ଡିତ ସତ୍ୟ ନାରାୟଣ ତ୍ରିପାଠୀ ଙ୍କ ତତ୍ତ୍ବାବଧାନରେ , ଯୁଗ୍ମ ସମ୍ପାଦକ ପଣ୍ଡିତ ଚିତ୍ତ ରଞ୍ଜନ ମିଶ୍ର, କୋଷାଧକ୍ଷ ପଣ୍ଡିତ ରଶ୍ମି ରଞ୍ଜନ ରଥ, ଉପଦେଷ୍ଟା ଡଃ ନରହରି ମିଶ୍ର, ବରିଷ୍ଠ ବିଦ୍ୱାନ ବ୍ରଜ ସୁନ୍ଦର ବଡପଣ୍ଡା, ଦେବାଶିଷ ପାଣ୍ଡେ, ବରିଷ୍ଠ ସାମ୍ବାଦିକ ଶ୍ରୀ ନାରାୟଣ ଦାଶଙ୍କ ସମେତ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାର ପ୍ରଭାରୀ ମୁଖ୍ୟ ମାନଙ୍କ ସହଯୋଗ ରେ,, ମୁଖ୍ୟ ଅତିଥି ଭାବେ ରାଧାବଲ୍ଲଭ ମଠ ମଠାଧୀଶ ରାମକୃଷ୍ଣ ଦାସ ମହାରାଜ ଓ ମଣିରାମ ମଠ ମଠାଧୀଶ ଅଭିରାମ ଦାସ ମହାରାଜ ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ଅଧ୍ୟକ୍ଷ ବୃନ୍ଦ, ପଣ୍ଡିତମାନଙ୍କ ସମାରୋହରେ ପ୍ରତ୍ୟହ ରୁଦ୍ରାଭିଷେକ କାଯ୍ୟକ୍ରମର ଆଜି ପୂର୍ଣ୍ଣାହୁତି ସହିତ ସମାପନ ହୋଇଯାଇଛି |

Leave a Reply

Your email address will not be published. Required fields are marked *