ପୁରୀରେ ୩ ଦିନିଆ ସୁଟିଂବଲ ଚମ୍ପିୟାନସିପ ଉଦଘାଟିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଝାଡେଶ୍ୱରୀ କ୍ଲବ ପରିସରରେ ୩ ଦିନିଆ ସୁଟିଂବଲ ଚମ୍ପିୟାନସିପ ଆରମ୍ଭ ହୋଇଛି। ଜାତୀୟ ସୁଟିଂବଲ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଓଡିଶା ସୁଟିଂବଲ ଆସୋସିଏସନ କୁ ଜୋନ ୩ ର ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଅନୁମତି ମିଳିଥିଲା।ଓଡ଼ିଶା ସୁଟିଂ ବଲ ଆସୋସିଏସନ ପୁରୀ ରେ ଏହାର ଆୟୋଜନ କରିଛନ୍ତି।ଆଜି ଅପରାହ୍ନ ରେ ଏହି ଚମ୍ପିୟାନସିପକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିଲେ।ସୁଟିଂ ବଲ ଏକ ଲୋକ ପ୍ରିୟ ଖେଳ।ଏକ ଭାରତ,ଶ୍ରେଷ୍ଠ ଭାରତ ଆଧାର ରେ ଏହି ପ୍ରତିଯୋଗିତାରେ ୮ ଟି ରାଜ୍ୟର ପ୍ରତିଯୋଗୀ ମାନେ ଯୋଗ ଦେଇଛନ୍ତି।ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଏହି କ୍ରିଡାକୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ଶ୍ରୀ ସାହୁ କହିବା ସହ ପ୍ରତିଯୋଗୀ ଓ ଆୟୋଜକ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଜାତୀୟ ସୁଟିଂବଲ ଫେଡେରେସନ ର ସମ୍ପାଦକ ରାଜୀବ ତୋମାର ସୁଟିଂବଲ ଚମ୍ପିୟାନସିପକୁ ଓଡ଼ିଶାରେ ଆୟୋଜନ ର ସୁଯୋଗ ମିଳିଥିବାରୁ ଅଭିନନ୍ଦନ ଜଣାଇବା ସହ ଏହି କ୍ରିଡାର ଲୋକପ୍ରିୟତା ବଢିବାରେ ଲାଗିଛି ବୋଲି କହିଥିଲେ।ଓଡିଶା ସୁଟିଙ୍ଗ ବଲ ଆସୋସିଏସନ ର ସଭାପତି ସୁବାଶିଷ ଖୁଣ୍ଟିଆ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଭବିଷ୍ୟତରେ ସୁଟିଂବଲର ଜାତୀୟ ସ୍ତରୀୟ ପ୍ରତିଯୋଗିତା ପୁରୀ ରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଝାଡେଶ୍ୱରୀ କ୍ଲବ ସଭାପତି କୃଷ୍ଣ ଚନ୍ଦ୍ର ଦାସ, ସମ୍ପାଦକ ପାର୍ଥ ସାରଥୀ ମହାପାତ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *