୩୯ତମ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ 2022 ଆରମ୍ଭ

Spread the love

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଆନୁକୂଲ୍ୟରେ ଆଜି ଠାରୁ ସହୀଦ ଭବନ ଠାରେ 39ତମ ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ 2022ଆରମ୍ଭ ହୋଇଛି । ଏହି ତିନି ଦିନ ବ୍ୟାପି ଶିଶୁ ମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟ କ୍ରମ ଆୟୋଜନ କରାଯାଇଛି। ଆଜି ସଂଘର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ସଂଘର ପତ୍ତାକା ଉତ୍ତୋଳନ କରିଥିଲେ। ଓଡ଼ିଶାର ବିିଭିନ୍ନ ଜିଲ୍ଲାରୁ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ତିନି ଦିନ ବ୍ୟାପି ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଛନ୍ତି। ସଂଘର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ଙ୍କ ସଭାତିତ୍ବରେ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଭାରତୀୟ ନିର୍ବାଚନ କମିଶନ ର ପ୍ରାକ୍ତନ ଉପଦେଷ୍ଠା ଡକ୍ଟର ଭଗବାନ ପ୍ରକାଶ ଶିଶୁ ମେଳାକୁ ଉଦ୍ଘାଟନ କରି କହିଲେ ଶିଶୁ ମାନଙ୍କର ଅଧିକାର ଉପରେ ଗୁରୁତ୍ବ ଆରୋପ କରିଥିଲେ। ପ୍ରଫେସର୍ ଡକ୍ଟର ପ୍ରତାପ କୁମାର ରଥ ସର୍ବ ଭାରତୀୟ ଶିକ୍ଷକ ସଂଘ ର ସମ୍ପାଦକ ଚନ୍ଦ୍ର ନବଦୀପ ଭାରତ ମାଧ୍ୟମିକ ଶିକ୍ଷକ ସଂଘ ର ସଭାପତି ବିକ୍ରମ କୁମାର ଦାସ ଏବଂ ବିଶିଷ୍ଟ କଣ୍ଠ ଶିଳ୍ପୀ ଦୀପ୍ତି ରେଖା ପାଢ଼ୀ ଉଦ୍ଘାଟନ ଉତ୍ସବରେ ଅତିଥି ଭାବରେ ଯୋଗଦେଇ କହିଲେ ଶିଶୁ ମାନେ ହେଉଛନ୍ତି ଆମର ଅମୂଲ୍ୟ ସମ୍ପଡଭ ଶିଶୁ ମାନଙ୍କ ମୁହଁ ରେ ହସ ଫୁଟେଇଲେ ତାହା ହେବ ଶିଶୁ ମାନଙ୍କ ପ୍ରତି ଯତ୍ନ ଓ କର୍ତ୍ତବ୍ୟ। ଶିଶୁ ମାନଙ୍କୁ।

ଭଲ ମଣିଷ ଭାବରେ ଗଢି ତୋଳିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ଅତିଥି ମାନେ ଆମର ଶିଶୁ ପୁସ୍ତକ କୁ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ଶଙ୍କର ସୁବୁଦ୍ଧି କାର୍ଯ୍ୟ କ୍ରମର ସୂଚନା ଦେଇଥିଲେ ଏବଂ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ। ସଂଘର ସଭାପତି ଶ୍ରୀ ପାଣଗ୍ରାହୀ ସ୍ଵାଗତ ଭାଷଣ ଦେଇଥିଲେ। ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସଂଘ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷ ରେ ସଂଘର ରାଜ୍ୟ କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *