ଡିସେମ୍ବର ୧୬ରୁ ୧୮ ପର୍ଯ୍ୟନ୍ତ ୪୨ତମ ଆପିକନ୍ ଓଡ଼ିଶା ସମ୍ମିଳନୀ

Spread the love

କଟକ,(ନାଗରାଜ ନ୍ୟୁଜ): ଡିସେମ୍ବର 16ରୁ 18 ପର୍ଯ୍ୟନ୍ତ 42ତମ ଆପିକନ୍ ଓଡ଼ିଶା ସମ୍ମିଳନୀ . ଆସୋସିଏସନ୍ ଅଫ୍ ଫିଜି ସିଆନ୍ ଅଫ୍ ଇଣ୍ଡିଆ ଓଡ଼ିଶା ଷ୍ଟେଟ ଚାପ୍ଟର ପକ୍ଷରୁ 42 ତମ ଆପିକନ ଓଡ଼ିଶା ସମ୍ମିଳନୀ ଏସ ସି ବି ମେଡିକାଲ ର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ସମଗ୍ର ଦେଶରେ 1000 ରୁ ଉର୍ଦ୍ଧ୍ବ ଭେଷଜ ପ୍ରତିନିଧି ଓ 100 ଜଣ ଫାକଲ୍ଟୀ ଯୋଗ ଦେବାର କାର୍ଯ୍ୟ କ୍ରମ ରହିଛି। ଏଥିରେ ଚିକିତ୍ସା କ୍ଷେତ୍ରରେ ସୃଷ୍ଟି ହୋଇଥିବା ଅତ୍ୟାଧୁନିକ ଚିକିତ୍ସା ଜ୍ଞାନ ସମ୍ପର୍କିତ ତଥ୍ୟ ପ୍ରତିନିଧି ମାନେ ଉପସ୍ଥାପନ କରିବେ। ସେହି ପରି 200 ରୁ ଅଧିକ ଭେଷଜ ବିଭାଗର ସ୍ନାତକ ବିଦ୍ୟାର୍ଥୀ ଯୋଗ ଦେବା ସହିତ 100ରୁ ଉର୍ଦ୍ଧ୍ବ ସନ୍ଦର୍ଭ ଉପସ୍ଥାପନ କରାଯିବ। ଏଥିରେ କର୍ମଶାଳା ଆଲୋଚନା ଚକ୍ର,ବକ୍ତୃତା,କୁଇଜ୍ ଆଦି ଅନୁଷ୍ଠିତ ହେବା ସହ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ।ଏହି ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର ଅଧକ୍ଷ ପ୍ରଫେସର ଡକ୍ଟର ଜୟନ୍ତ କୁମାର ପଣ୍ଡା, ସମ୍ପାଦକ ନିହାର ରଞ୍ଜନ ମହାନ୍ତି ଙ୍କ ସମେତ ବହୁ ଭେଷଜ ଚିକିତ୍ସକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *