ଗଁଦିଆରେ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ   ୪୮ଟି ଅଭିଯୋଗ ଫଏସଲା

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସଭାଗୃହ ଠାରେ ଆଜି ଗଁଦିଆ ବ୍ଲକ ସ୍ତରୀୟ ଜିଲ୍ଲା ପାଳଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ୬୨ଟି ଅଭିଯୋଗ ହୋଇଥିବା ବେଳେ ସେଥି ମଧ୍ୟରୁ ୪୮ଟି  ଅଭିଯୋଗର ଫଏସଲା ହୋଇଥିଲା। ଅଭିଯୋଗ ହୋଇଥିବା ୬୨ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ୫୪ଟି ମାମଲା, ଗାଁ ସମୁହ ଅଭିଯୋଗ ୫ଟି ଓ ୩ଟି ରେଡ୍ କ୍ରସ ମାମଲାରେ  ମୂଖ୍ୟ ମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୨୫ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଆରକ୍ଷୀ ଅଧିକ୍ଷୀକା ଏଫ୍ ଦିବ୍ୟତା ଭି,ପିଡି ତନ୍ମୟ କୁମାର ଦରୱ।ନ, ଉପଜିଲ୍ଲାପାଳ ସ୍ନିଗ୍ଧା ରାତି ଦଳ, ସିଡିଏମଓ ଅଶୋକ ଦାସ, ଅତିରିକ୍ତ ଜିଲ୍ଲାପାଳ ସୌମ୍ୟା ଶତଭିଷା , ସମସ୍ତ ଜିଲ୍ଲା ସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଗଁଦିଆ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *