ଛତରାରେ ୮୦ ତମ ଶହୀଦ ଦିବସ ପାଳିତ

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମାଣି ପୁର ପଞ୍ଚାୟତ ଅଧିନସ୍ଥ ଛତରା ଗ୍ରାମରେ ଥିବା ଶହୀଦ ମହାତ୍ମାଗାନ୍ଧୀ ଯୁବ ପରିଷଦ ଆନୁକୁଲ୍ୟରେ ୧୯୪୨ ରେ ଭାରତ ଛାଡ଼ ଆନ୍ଦୋଳନରେ ଶହୀଦ ହୋଇଥିବା ଅମର ଶହୀଦଙ୍କ ଉଦେଶ୍ୟରେ ୮୦ ତମ ଶହୀଦ ଦିବସ ୨୮/୯/୨୨ ତାରିଖରେ ପାଳନ ହୋଇଛି । ୧୯୪୧ ମସିହାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ ଏବଂ ଡଃ ଡକ୍ତର ହେରେ କୃଷ୍ଣ ମହତାବଙ୍କ ବରିଷ୍ଠ ନେତୃତ୍ବରେ ପ୍ରଭାବିତ ହୋଇ ଖଇରା ବ୍ଲକ ଖଇରାଡିହି ଠାରେ ଗୋରା ଫୌଜଙ୍କ ଗୁଳିରେ ୩ ଜଣ ଶହୀଦ ହୋଇଯାଇଥିଲେ । ସେଦିନର ସେହି ସ୍ମୃତିକୁ ମନେରଖିବା ପାଇଁ ଏଠାରେ ଶହୀଦ ଦିବସ ପାଳିତ ହୋଇ ଆସୁଅଛି । ଚଳିତ ବର୍ଷ ନାରାୟଣ ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସୋର ବିଧାୟକ ପର୍ଶୁରାମ ଧଡା ଯୋଗ ଦେଇ ଅମର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଅନିରୁଦ୍ଧ ପାଢ଼ୀ , ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀ ନାରାୟଣ ଦାସ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ ଶହୀଦ ସ୍ମୃତି ଦିବସ ସଭାରେ ବରେଣ୍ୟ ଅତିଥି ଭାବେ ସୋର ବ୍ଲକ ଚେୟାରମ୍ୟାନ ଅନୁସୂୟା ମଲ୍ଲିକ, ସ୍ଥାନୀୟ ସରପଞ୍ଚ ସରୋଜ କୁମାର ମହାପାତ୍ର , ଶିକ୍ଷକ ମୁକ୍ତିକାନ୍ତ ସାହୁ ଯୋଗ ଦେଇଥିଲେ । ଭିବିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ପ୍ରତିବାଧାରୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *