ଚାଲିବ ୧୭୦୦ ଟ୍ରେନ, ପୂର୍ବ ଭଳି ନିୟମିତ ଭଡ଼ା ଦେବେ ଯାତ୍ରୀ

Spread the love

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): ଚାଲିବ ୧୭୦୦ ଟ୍ରେନ । ପୂର୍ବ ଭଳି ନିୟମିତ ଭଡ଼ା ଦେବେ ଯାତ୍ରୀ । କରୋନା ମହାମାରୀ ଯୋଗୁ ନିୟମିତ ଟ୍ରେନ ଚଳାଚଳ ଉପରେ କଟକଣା ଲଗାଇ ଦିଆଯାଇଥିଲା । ଏବେ କରୋନା ନିୟନ୍ତ୍ରିତ ଅବସ୍ଥାକୁ ଆସିଯାଇଛି । ସ୍ଥିତିରେ ଅନେକ ପରିବର୍ତ୍ତନ ହୋଇଛି । ଏହିକାରଣରୁ କିଛି ଦିନ ମଧ୍ୟରେ ୧୭୦୦ରୁ ଉର୍ଦ୍ଧ୍ଵ ଟ୍ରେନ ନିୟମିତ ଭାବେ ଚଳାଚଳ କରିବ । ସର୍କ୍ୟୁଲେଶନରେ ମଧ୍ୟ ସ୍ପଷ୍ଟ କରିଦିଆଯାଇଛିଯେ, ଏଣିକି ପୁଣି ଥରେ କୋଭିଡ ପୂର୍ବର ଦର ଲାଗୁ ହୋଇଯିବ । ଏହାର ଅର୍ଥ ଏପର୍ଯ୍ୟନ୍ତ ଯେଉଁ ସ୍ୱତନ୍ତ୍ର ଭଡ଼ା ଦିଆଯାଉଥିଲା, ଏହା ବଦଳିଯିବ । ଯାତ୍ରୀମାନେ ପୂର୍ବ ଭଳି ପୁଣି ନିୟମିତ ଭଡ଼ା ଦେବେ । ଏହା ବ୍ୟତୀତ ସାଧାରଣ ଟିକେଟ ପ୍ରଣାଳୀ ମଧ୍ୟ ଶେଷ ହେବାକୁ ଯାଉଛି । କୁହାଯାଉଛି ଯେ, କେବଳ ସଂରକ୍ଷିତ ଓ ୱେଟିଂ ଟିକେଟ କରିବାକୁ ଥିବା ଯାତ୍ରୀମାନେ ଯାତ୍ରା କରିବା ପାଇଁ ଅନୁମତି ମିଳିବ । ପୂର୍ବରୁ ବୁକ ହୋଇଥିବା ଟିକେଟରେ ଅତିରିକ୍ତ ଭଡା ଆଦାୟ କରାଯିବ ନାହିଁ । ସେହିଭଳି କୌଣସି ଟଙ୍କା ମଧ୍ୟ ଫେରସ୍ତ ହେବ ନାହିଁ ।

ସୂଚନାଯୋଗ୍ୟ, ଏତେ ପରିବର୍ତ୍ତନ ସତ୍ତ୍ଵେ ଯାତ୍ରୀଙ୍କୁ ଟ୍ରେନ କୋଭିଡ ପ୍ରୋଟୋକଲ ମାନିବାକୁ ହେବ। ପ୍ରତ୍ୟେକ ନିୟମକୁ କଡ଼ାକଡ଼ି ଭାବେ ମାନିବାକୁ ହେବ । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଉଲ୍ଲେଖଯୋଗ୍ୟ, ୨୦୨୦ ମସିହା ମାର୍ଚ୍ଚ ୨୫ ତାରି‌ଖରେ ଟ୍ରେନ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଥିଲା। ୧୬୬ ବର୍ଷ ପରେ ଏଭଳି ସ୍ଥିତି ପ୍ରଥମ ଥର ପାଇଁ ହୋଇଥିଲା। କିନ୍ତୁ ପରେ ପର୍ୟ୍ୟାୟ ମାଲ ଗାଡ଼ି ଓ ଶ୍ରମିକ ଟ୍ରେନ ଚାଲିବାକୁ ଅନୁମତି ମିଳିଥିଲା ।

Leave a Reply

Your email address will not be published. Required fields are marked *