କପିଳାସ ପରିବେଶ ପରିଚ୍ଛନ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ଢେଙ୍କନାଳ, (ନାଗରାଜ ନ୍ୟୁଜ ): ଆଜି କପିଳାସଠାରେ ସମୂହ ପରିଚ୍ଛନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କପିଳାସ ଚିଡିଆଖାନା ପ୍ରାଙ୍ଗଣ ପରିଷ୍କାର କରିବା ସହ ପାଖରେ ଥିବା ଦୋକାନ ଗୁଡିକୁ ପରିଷ୍କାର ରଖିବା ପାଇଁ ତାଗିଦ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଢେଙ୍କାନାଳ ଜିଲ୍ଲାପାଳ, ଢେଙ୍କାନାଳ ଡିଏଫଓ, କପିଳାସ ବନବିଭାଗ, ଗଁନ୍ଦିଆ ଆଇଆଇସି, ଗଁନ୍ଦିଆ ବିଡ଼ିଓ, ଦେଓଗାଁ ସରପଞ୍ଚ ଓ ବହୁ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । ହଜାର ହଜାର ଭକ୍ତ କପିଳାସ ଆସୁଥିବାବେଳେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହାର ସ୍ୱଚ୍ଛତା ନିତ୍ୟାନ୍ତ ଆବଶ୍ୟକ । ଯେଉଁଥିପାଇଁ ଦୋକାନ ସାମ୍ନାରେ ଡଷ୍ଟବିନ ରଖିବା ସହ ଏକ ମେଘା ଡଷ୍ଟବିନ ରଖିବା ପାଇଁ ଧାର୍ଯ୍ୟ କରାଯାଇଥିଲା ।

କପିଳାସ ପାଦଦେଶ ରେ ବାବା ଚନ୍ଦ୍ରଶେଖର ଜିଉଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ପର୍ଯ୍ୟଟକଙ୍କ ପାଇଁ ସେଲଫି ନିର୍ମାଣ ଏବଂ ମାଙ୍କଡ଼ମାନଙ୍କୁ ସୁରକ୍ଷୀତ ଭାବେ ଖାଦ୍ୟ ଦେବା ପାଇଁ ବିଭିନ୍ନ ଜାଗାରେ ସ୍ୱତନ୍ତ୍ର ସ୍ଥାନ ନିର୍ମାଣ ପାଇଁ ଧାର୍ଯ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *