ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ଟି କୃଷି ଆଇନକୁ ଉଚ୍ଛେଦ କରିବା ପାଇଁ ଘୋଷଣା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଘରକୁ ଯିବା ପାଇଁ କହିଛନ୍ତି । ଦୀର୍ଘ ଗୋଟିଏ ବର୍ଷ ହେବ କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କରି ଶତାଧିକ କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ । ଚଳିତ ମାସରେ ହେବାକୁ ଥିବା ସଂସଦୀୟ ଅଧିବେଶନରେ ତିନି କୃଷି ଆଇନ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତିଯେ, ମୁଁ ଭାରତବାସୀଙ୍କୁ କ୍ଷମା ମାଗୁଛି । କୃଷକମାନଙ୍କୁ ବୁଝାଇବାରେ ଆମେ ଅସମର୍ଥ ହୋଇଛୁ । ତିନି କୃଷି ଆଇନ ଉଚ୍ଛେଦ କରିବା ଲାଗି ମୁଁ ଘୋଷଣା କରୁଛି ମୁଁ ଯାହା କରିଥିଲି, କୃଷକମାନଙ୍କ ପାଇଁ ହିଁ କରିଥିଲି । ଯାହା ମୁଁ କରୁଛି ଦେଶ ପାଇଁ କରୁଛି । ଆପଣମାନଙ୍କ ଆଶୀର୍ବାଦରୁ ମୋର କଠିନ ପରିଶ୍ରମରୁ କୌଣସି ପ୍ରସଙ୍ଗ ବାଦ ଦେଇନାହିଁ । ଦେଶରେ କ୍ଷୁଦ୍ରଚାଷୀଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ । କ୍ଷୁଦ୍ର ଚାଷୀଙ୍କ ସମସ୍ୟା ସମାଧାନ କରିବା ଆମର ଲକ୍ଷ୍ୟ । ଫସଲ ବୀମା ଯୋଜନାକୁ ପ୍ରଭାବୀ କରାଯାଇଛି । ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ଅନେକ ପୁରୁଣା ନିୟମରେ ପରିବର୍ତ୍ତନ । ୨୨କୋଟି ସୋଏଲ ହେଲଥ କାର୍ଡ କୃଷକଙ୍କୁ ଦିଆଯାଇଛି । ୧.୬୨ ଲକ୍ଷ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଛି । କୃଷକଙ୍କୁ ବୀମାର ଲାଭ ମିଳୁଛି । ମଣ୍ଡିର ନବୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ।