ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ

Spread the love

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ବୀର ବିର୍ସା ମୁଣ୍ଡାଙ୍କ ୧୪୬ତମ ଜନ୍ମଜୟନ୍ତୀ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ନାରେନ ଗ୍ରାମଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଶାଖା ନାରେନ ଆଦିବାସୀ ଗ୍ରାମ୍ୟ କମିଟି ତରଫରୁ ଥବିର ପୁଝାରୀଙ୍କ ନେତୃତ୍ୱରେ ପାଳିତ ହୋଇଥିଲା । ଆଦିବାସୀମାନଙ୍କର ପାରମ୍ପରିକ ଡକାବାଦ୍ୟ ତାଳେତାଳେ ଆଦିବାସୀ ମହିଳା ଓ ପୁରୁଷମାନେ ଗ୍ରାମର ଧରଣୀପୀଠରେ ପରିକ୍ରମଣ କରି ନିଜର ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ । ପରେ ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ବୀର ବିର୍ସା ମୁଣ୍ଡାଙ୍କ ଫୋଟରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ହୁଳହୁଳି ଶବ୍ଦରେ କମ୍ପି ଉଠୁଥିଲା ସଭା ମଣ୍ଡପ । ସଭାର ସଭାପତି ଥବିର ପୁଝାରୀ କ୍ରାନ୍ତିକାରୀ ବିର୍ସା ମୁଣ୍ଡାଙ୍କ ଜୀବନି ବିଷୟରେ ଆଲୋକପାତ କରିଥିଲେ । ଉକ୍ତ ଉତ୍ସବରେ ଗ୍ରାମର ବିଶିଷ୍ଟ ବ୍ୟକ୍ତି ଟେପରା ଯାନୀ, ଲିଙ୍ଗ ମାଝୀ, ଅଭି ମାଝୀ, ନୂଆ ମାଝୀ, ଦଶରଥ ଯାନୀ, ଜଗନ୍ନାଥ ମାଝୀ, ବାସନ୍ତୀ ସ୍ୱାଇଁ, ଦେବକୀ ମାଝୀ, ହେମଲତା ମାଝୀ, ମଥୁରା ରଣା, ନବୀନ ମାଝୀ, ଚିନୀ ମାଝୀ, ଦୁତିକା ମାଝୀ, ହୃଶି ମାଝୀ, ବଳରାମ ଝାଙ୍କର, କାର୍ତ୍ତିକ ସ୍ୱାଇଁ, ନୁରା ଭୋଇ, ହରିହର ଭୋଇ, ଫୁଲମତି ଯାନୀ, ସୀତା ରଣା, ଝସକେତନ ପୁଝାରୀ, କୁମଦିନୀ ମାଝୀ, ରଜନୀ ମାଝୀ, ମଞ୍ଜୁଳା ମାଝୀ, କର୍ଣ୍ଣ ଭୋଇ, ରସିକ ଯାନୀ, ମନୋଜ ମାଝୀ, ରାମ ମାଝୀ ଓ ଗ୍ରାମର ଅନେକ ଆଦିବାସୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *