ଓମିକ୍ରନ ଆଶଙ୍କା ନେଇ ସତର୍କ ରାଜ୍ୟ, ବିମାନବନ୍ଦରରେ ଆସୁଥିବା ଲୋକଙ୍କୁ କରାଯାଉଛି ଟେଷ୍ଟ

Spread the love

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): କରୋନାର ନୂଆ ଭ୍ୟାରିଆଣ୍ଟଓମିକ୍ରନ ଏବେ ଚିନ୍ତାର କାରଣ ପାଲଟିଛି । ବିଶ୍ୱର ୩୮ଟି ଦେଶରେ କରୋନାର ନୂଆ ଭରିଆଣ୍ଟ ‘ଓମିକ୍ରନ୍‌’ ଚିହ୍ନଟ ହୋଇଛି । ଯାହା ଏବେ ଚିନ୍ତାଜନକ ବିଷୟ । ଏଥିନେଇ ଭାରତ ଏବେ ଅଧିକ ସଜାଗ ହୋଇଛି । ଏହାସହ ରାଜ୍ୟ ଓଡ଼ିଶା ମଧ୍ୟ ଭ୍ୟାରିଆଣ୍ଟ ର ଆଶଙ୍କା ନେଇ ସତର୍କତା ଅବଲମ୍ବନ କରୁଛି । ଏଥିନେଇ ବିମାନବନ୍ଦରରେ ଆସୁଥିବା ଲୋକମାନଙ୍କୁ ସ୍କ୍ରିନିଂ ଓ ଟେଷ୍ଟ କରାଯାଉଛି । ସୂଚନା ଦେଇ କହିଛନ୍ତି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି ।

ସେ କହିଛନ୍ତି, ଏହାସହ ଲୋକମାନେ ବିମାନବନ୍ଦରରୁ ବାହାରି ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି। ସେଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ବାହାରୁ ଏବଂ ବିଦେଶରୁ ଆସୁଥିବା ଲୋକଙ୍କ ସୂଚନା ଦିଆଯାଉଛି। ଜିଲ୍ଲା ସ୍ତରରେ ସେହି ଲୋକମାନଙ୍କୁ ଟ୍ରାକ୍ କରାଯାଉଛି ଟେଷ୍ଟ କରାଯାଉଛି, ଯଦି ରିପୋର୍ଟ ନେଗେଟିଭ ଆସୁଛି, ସେମାନଙ୍କୁ ହୋମ କ୍ୱାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଉଛି । ଯଦି କେହି ପଜିଟିଭ୍ ଆସୁଛନ୍ତି, ସେମାନଙ୍କର ସାମ୍ପୁଲ ସଂଗ୍ରହ କରାଯାଇ ଜିନମ ସିକ୍ୱେନସିଂ ପାଇଁ ଆଇଏଲଏସ ଭୁବନେଶ୍ୱରକୁ ପଠାଯାଉଛି । ତେଣୁ ଜିନମ ସିକ୍ୱେନସିଂ ପରେ ହିଁ ଡ଼େଲଟା କି ଓମିକ୍ରନ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *