ମାହାଙ୍ଗା ଡବଲ ମର୍ଡର ଘଟଣା, କାରଣ ଦର୍ଶାଅ ନୋଟିସ ଜାରି କଲେ କୋର୍ଟ

Spread the love

କଟକ, (ନାଗରାଜ ନ୍ୟୁଜ ): ମାହାଙ୍ଗା ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ଆଜି ସାଲେପୁର ଜେଏମଏଫସି ୯ ପେଜର ଆଦେଶ ଦେଇଛନ୍ତି । ଏଥିରେ ମାହାଙ୍ଗା ପୋଲିସ ପୁନର୍ବାର ଦେଇଥିବା ଟାଇମ ପିଟିସନକୁ ଖାରଜ କରିଛନ୍ତି । ବାରମ୍ବାର ତଦନ୍ତକାରୀ ଅଫିସର କୋର୍ଟରେ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ସଂଗୃହିତ ରିପୋର୍ଟ ନଦେବା ଏବଂ ବ୍ୟକ୍ତିଗତ ହାଜିରା ଆଦେଶ ପରେ ମଧ୍ୟ ହାଜିରା ନହେବା କାରଣରୁ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ କହିକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନହେବ ସେଥିପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି କୋର୍ଟ । ଆସନ୍ତା ୧୦ ତାରିଖ ସକାଳ ୧୦ଟା ୩୦ ସୁଦ୍ଧା ଏହିସବୁ ଦାଖଲ ନକଲେ କଠୋର କାର୍ୟ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଆଦେଶରେ ଉଲ୍ଲେଖ କରିଛନ୍ତି କୋର୍ଟ ।

Leave a Reply

Your email address will not be published. Required fields are marked *