ଖଇରା ଗାନ୍ଧୀ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ

Spread the love

ବାଲେଶ୍ଵର, (ନାଗରାଜ ନ୍ୟୁଜ ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନଛିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପ୍ରତିଷ୍ଠାତା ତଥା ଖଇରା ଗାନ୍ଧୀ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ୧୭ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ୱ କରିଥିଲେ ସନାତନ ବେହେରା । ମୁଖ୍ୟ ଅତିଥି ଭାବେ ଖଇରା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ସମାଜସେବୀ ତଥା କବି ମାୟାଧର ନାୟକ, ସମ୍ମାନିତ ଅତିଥି ଭାବେ କବି ବୁଦ୍ଧିରାମ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ନଛିପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପତ୍ରୀ ଓ ନଛିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦାସ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ହୋଇଥିଲେ ।

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଇଁର ଶିକ୍ଷକ ତଥା ଉକ୍ତ ଗାଁର ପୁଅ ସୁଦର୍ଶନ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗୋବିନ୍ଦ ଚନ୍ଦ୍ର ପଣ୍ଡା ସ୍ମୃତି କମିଟିର ସଭାପତି କ୍ଷେତ୍ର ମୋହନ ସେନାପତି, ଅଲେଖ ଚରଣ ନାୟକ, ଲମ୍ବୋଦର ପଣ୍ଡା, ପରମାନନ୍ଦ ବେଜ, ଶିକ୍ଷକ ଭଗବାନ କୁମାର ମିଶ୍ର, ବିଷ୍ଣୁପଦ ମିଶ୍ର, ପରମାନନ୍ଦ ବେହେରା, ସମ୍ପଦ କୁମାର ଜେନା, ଶିକ୍ଷୟିତ୍ରୀ ରଞ୍ଜିତା ସାହୁ, ଦେବସ୍ମିତା ପଣ୍ଡା ଓ ବିଷ୍ଣୁପ୍ରିୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବେଦପାଠ କରିଥିଲେ ପଣ୍ଡିତ ନରସିଂହ ପାଣି । ସ୍ୱର୍ଗତ ପଣ୍ଡା ଜଣେ ସଚ୍ଚୋଟ, ପରୋପକାରୀ, ସରଳ, ନୀରିହ ମଣିଷଟିଏ ଥିଲେ । ସେ ସର୍ବଦା ସତ୍ୟ କହୁଥିଲେ, ତାଙ୍କ ମନରେ କେବେହେଲେ ହିଂସା ନଥିଲା ଏବଂ ମହାତ୍ମାଗାନ୍ଧୀଙ୍କ ନୀତି ଆଦର୍ଶକୁ ଶେଷ ଜୀବନ ପର୍ୟ୍ୟନ୍ତ ମାନି ଚଳିଥିବାରୁ ଖଇରା ଗାନ୍ଧୀ ବୋଲି ଅଞ୍ଚଳରେ ପରିଚିତ ଥିଲେ । ଜଣେ ଅନୁଷ୍ଠାନ ପ୍ରେମୀ, ସୁସଙ୍ଗଠକ ଓ ବହୁ ପରିଶ୍ରମୀ ଥିଲେ ଏବଂ ତାଙ୍କର ବହୁମୁଖୀ ପ୍ରତିଭା ଉପରେ ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ହରିହର ପତ୍ରୀ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *