ବିଜେପି ପକ୍ଷରୁ କିଶୋରନଗର ବ୍ଲକ ଘେରାଉ

Spread the love

ଆଠମଲ୍ଲିକ, (ନାଗରାଜ ନ୍ୟୁଜ): ବିଜେପି ପକ୍ଷରୁ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋରନଗର ବ୍ଲକକୁ ଘେରାଉ କରାଯାଇଥିଲା । ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ଦାବିରେ ବ୍ଲକ ଘେରାଉ କରାଯାଇଥିବା ଦେଖିବାକୁ ମିଳିଛି । ଘୋଷର ନାଳ ନିକଟ ଶିବ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଜେପି କର୍ମୀ ବିଭିନ୍ନ ନାରବାଜି ସ୍ଲୋଗାନ ଦେଇ କିଶୋରନଗର ବ୍ଲକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗୋଷ୍ଠିଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ ଅତିରିକ୍ତ ବ୍ଲକ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବିଜେପି ଜିଲ୍ଲା ସଭାପତି ଦିଲ୍ଲୀପ ପ୍ରଧାନ, ସାଂସଦଙ୍କ ପ୍ରତିନିଧି ପରେଶ ଦେଓ, ଜିଲ୍ଲା କର୍ମକର୍ତ୍ତା ଡା. ଅଲେଖ ପ୍ରଧାନ, ଜିଲ୍ଲା କୃଷକ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରବୀଣ କୁମାର ସାହୁ, ଅଜିତ ପ୍ରଧାନ, ଇନ୍ଦ୍ରମଣି ପ୍ରଧାନ, ଜଳଧର ପ୍ରଧାନ, ୧୧ ନମ୍ବର ଜିଲ୍ଲା ପରିଷଦ ଅର୍ଜୁନ ପାଣ୍ଡେ , ୧୨ ନମ୍ବର ଜିଲ୍ଲା ପରିଷଦ ବଂଶୀଧର ସେଠୀ, ଅନୁଗୋଳ, ଆଠମଲ୍ଲିକ ଓ କିଶୋରନଗର ବ୍ଲକର ଶତାଧିକ ଚାଷୀ ଓ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *