ପୁରୀରେ କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା, ଆରକ୍ଷୀ ଅଧିକାରୀଙ୍କୁ ଦାବିପତ୍ର

Spread the love

ପୁରୀ, (ନାଗରାଜ ନ୍ୟୁଜ): ଓଡ଼ିଶା ପ୍ରଦେଶ କଂଗ୍ରେସ ଡାକରାରେ ଆଜି ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରେ ପଶି ନେତା ଓ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାରେ ପ୍ରତିବାଦ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ପଦରୁ ବହିଷ୍କାର ଦାବିରେ ପୁରୀ ସହରରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ଶୋଭାଯାତ୍ରା ପୁରୀ ଟାଉନ ହଲ ଠାରୁ ବାହାରି ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆରକ୍ଷୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରତିବାଦବେଳେ ଆଜି ପୋଲିସ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ ।

ପୋଲିସ କଂଗ୍ରେସ କର୍ମୀ ଠେଲାପେଲା ହୋଇଥିବାବେଳେ ପୋଲିସ ୩୦ରୁ ଅଧିକ କଂଗ୍ରେସ ନେତା ଓ କର୍ମୀଙ୍କୁ ଅଟକ ରଖିବା ପରେ ଛାଡିଥିଲା । ପୋଲିସ ଯେଉଁଭଳି କଂଗ୍ରେସ ଭବନରେ ପଶି ମାଡ଼ ମାରିଲା ତାହା ଅତି ନିନ୍ଦନୀୟ ବୋଲି ଦଳ କହିଛି । ଏହି ପ୍ରତିବାଦ ସଭାରେ କଂଗ୍ରେସ ଉପସଭାପତି ବିରେନଭୂଷଣ ହୋତା, କଂଗ୍ରେସ ମୁଖ ପାତ୍ର ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର, ଯୁବନେତା ଆଲୋକ ଦାସ, ସରସ୍ୱତୀ ପାତ୍ର, ବିଦ୍ୟୁଲତା ଆଚାର୍ୟ୍ୟ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର, ନିରଞ୍ଜନ ରଥ, ବିଶ୍ୱ ଦାସ, ଉମାକାନ୍ତ ବରାଳ ଛବିନ୍ଦ୍ର ପ୍ରତିହାର, ବିଜୟ ନାୟକ, ଲକ୍ଷ୍ମୀଧର ନାୟକ, ଜାନକୀ ପଟନାୟକ, ଓ ଅବିନାଶ ମିଶ୍ରଙ୍କ ସମେତ ବହୁ ଯୁବ ଓ ଛାତ୍ର କଂଗ୍ରେସ ନେତା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *