ଔପଦା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Spread the love

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଔପଦା ସ୍ଥିତ ଔପଦା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ତରଫରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ୧୫ ତାରିଖରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ବିଭାଗ ଅଧ୍ୟକ୍ଷ ଦ୍ୱାରିକା ନାଥ ଶତପଥୀଙ୍କ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ମୋହନ ଚରଣ ସାହୁ, ମୁଖ୍ୟବକ୍ତା ଓଡିଆ ବିଭାଗ ଅଧ୍ୟକ୍ଷ କମଳାକାନ୍ତ ଦାସ, ସମ୍ମାନିତ ଅତିଥି ଭାବେ ଅର୍ଥନୀତି ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ନାୟକ, ଶିକ୍ଷାବିଭାଗ ଅଧ୍ୟାପକ ଲକ୍ଷ୍ମୀନାରାୟଣ ଦାସ, ଇଂରାଜୀ ବିଭାଗ ଅଧ୍ୟାପକ ମଳୟ କୁମାର ବେହେରା, ରାଜନୀତି ବିଭାଗ ଅଧ୍ୟାପକ ହରିହର ପଣ୍ଡା, ଇତିହାସ ବିଭାଗ ଅଧ୍ୟାପିକା ସବିତାରାଣୀ ମହାରଣା, ଓଡିଆ ବିଭାଗ ଅଧ୍ୟାପିକା ବନିସା ମୁଦୁଲି, ରାଜନୀତି ଅଧ୍ୟାପିକା ପୁଷ୍ପାଞ୍ଜଳି ବିଶ୍ୱାଳ ପ୍ରମୁଖ ଯୋଗଦେଇ ନୂତନ ଭାବେ ନାମ ଲେଖାଇଥିବା ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ବକ୍ତବ୍ୟ ରଖିଥିଲେ । ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ସନ୍ତୋଷ କୁମାର ହାତୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ କଳ୍ପନା ରାଉତ ଓ ପୂଜାରାଣୀ ନାୟକ । ଏଥିରେ ପ୍ରଜ୍ଞାପରମିତା, କାଞ୍ଚନବାଳା, ଶିବ ପ୍ରସାଦ, ଗଣେଶ, ପ୍ରଶାନ୍ତ, ଗାୟତ୍ରୀ, ଯଶୋବନ୍ତ ପ୍ରମୁଖ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଦିବସବ୍ୟାପୀ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କରିସ୍ମା ବେହେରାଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ୟ୍ୟକ୍ରମ ଶେଷ ହୋଇଥିଲା ।

Leave a Reply

Your email address will not be published. Required fields are marked *