କାଠଯୋଡିରୁ ମା’ ଓ ଝିଅ ଉଦ୍ଧାର

Spread the love

କଟକ,୮|୭(ଏନ୍‌ ନ୍ଯୁଜ୍‌) କଟକ ହାଇକୋଟ ଛକ ଓ ବାରଙ୍ଗ କୁ ସଂଯୋଗ କରିଥିବା ସୁବାସ ବୋଷ ସେତୁର କୁଆଖାଇ ନଦୀ ପାଣିରୁ ମା’ ଓ ଝିଅ କୁ ଉଦ୍ଧାର କରିଛନ୍ତି ଅଗ୍ନାଶମ ବିଭାଗର କର୍ମଚାରୀ ମାନେ। ସେମାନେ ହେଲେ ଭୁବନେଶ୍ୱର ଭିଏସ୍ ଏସ ନଗରର ମା’ ଅଞ୍ଜଳୀ ମହାନ୍ତି(୩୮) ଓ ଝିଅ ଋତୁପର୍ଣ୍ଣା (୧୬) | ଏମାନେ ଅପରାହ୍ନ ସାଢେ ୪ଟା ବେଳେ ସୁବାସ ବୋଷ ସେତୁ ଉପରେ ଆକ୍ଚିଭା ରଖି ନଦୀ ପାଣିକୁ ଡେଇଁ ପଡିଥିବା କିଛି ପଥିକ ଅଗ୍ନୀଶ୍ରମକୁ ସୂଚନା ଦେଇଥିଲ। ମାଝିଅ ଭାସିଯାଇ ନଦୀ ମଝି ବାଲିପଠାରେ ଲାଗିଥିଲେ। ବାରଙ୍ଗ ଅଗ୍ନୀଶମ ବିଭାଗର ବୁଡାଳି ମାନେ ଉଦ୍ଧାର କରି ପ୍ରାୟ ଏକ ଘଣ୍ଟା ପରେ ମାଝିଅଙ୍କୁ ବୋଟ ଯୋଗେ ନଦୀକୂଳକୁ ଆଣି ବାରଙ୍ଗ ପୁଲିସକୁ ହସ୍ଥାନର କରିଥିଲେ। ଉଭୟ ମା’ ଓ ଝିଅ ବାରଙ୍ଗ ପୁଲିସକୁ ସୂଚନା ଦେଇ କହିଲେ ସେଲଫି ନେବା ବେଳେ ପାଣି ଭିତରକୁ ମା ଗଳି ପଡ଼ିଲେ ଓ ଉଦ୍ଧାର କରିବା ପାଇଁ ପଛେ ପଛେ ଝିଅ ଡେଇଁ ପଡ଼ିଥିଲା। ସେମାନଙ୍କ ମଧ୍ୟରେ କିଛି ଅସନ୍ତୋଷ ଓ କଳହର କାରଣ ନାହିଁ। ବାରଙ୍ଗ ଥାନାରେ ମହିଳା ଓ ତାଙ୍କ ଝିଅ ସ୍ଵାମୀ ସୁଜନ ମହାନ୍ତିଙ୍କ ଉପସ୍ଥିତିରେ ସମସ୍ତ କଥା ଲିଖିତ ଆକାରରେ ଦେଇଥିଲେ। ପରେ ସପରିବାରେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

Leave a Reply

Your email address will not be published. Required fields are marked *