ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ଅଚଳ ହେବା ନେଇ ସମ୍ଭାବନା

Spread the love

ପୁରୀ, (ନାଗରାଜ ନ୍ୟୁଜ): ରାଜ୍ୟ ସରକାର ରାଜ୍ୟରେ ବିଏସକେୱାଇ ହେଲଥ କାର୍ଡ ବଣ୍ଟନରେ ଲାଗି ପଡିଛନ୍ତି । କିନ୍ତୁ ଏହା କେତେଦୂର କାର୍ଯ୍ୟକାରୀ ହେବ ସେ ନେଇ ଏବେ ପ୍ରଶ୍ନ ଉଠିଛି । କାରଣ ବିଏସକେୱାଇ ଯୋଜନାରେ ଆଉ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ଜମା ବି ସମ୍ଭବ ନୁହେଁ ବୋଲି ଅଲ ଓଡିଶା ପ୍ରାଇଭେଟ ମେଡ଼ିକାଲ ଏଷ୍ଟାବିଲମେଣ୍ଟ ଫୋରମ କହିଛି । ବୀମା କାର୍ଡରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ବୀମା ଥିବା ବେଳେ କିନ୍ତୁ ନିୟମକୁ ଦେଖିଲେ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ । ସରକାର ବିଭିନ୍ନ ଚିକିତ୍ସାକୁ ନେଇ ଏକ ନିର୍ଦ୍ଦିଷ୍ଟ ଦେୟ ରଖିଛନ୍ତି । ଯଦି କୌଣସି ଚିକିତ୍ସାରେ ଅଧିକ ଟଙ୍କା ଖର୍ଚ୍ଚ ହୁଏ ତାହେଲେ ତାକୁ କିଏ ଭରଣା କରିବ ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ଅଧିକ ଚିକିତ୍ସା ଦେୟ ହେଲେ ରୋଗୀଙ୍କୁ ଏହା ଭରଣା କରିବାକୁ ପଡିବ । ସେହିପରି ଅନେକ ଚିକିତ୍ସା ପାଇଁ ଯେତିକି ଅର୍ଥ ଦେୟ ନିର୍ଦ୍ଧାରିତ ଥାଏ ସରକାର କିନ୍ତୁ ଯଥେଷ୍ଟ କମ ଅର୍ଥ ସ୍ଥିର କରିଛନ୍ତି । ଫଳରେ କମ ଅର୍ଥରେ ଚିକିତ୍ସା ସେବା ଯୋଗାଇବା ସମ୍ଭବ ହେବ ନାହିଁ ।

ତେବେ ସରକାରଙ୍କ ସହ ବିଭିନ୍ନ ଘରୋଇ ହସ୍ପିଟାଲ କରିଥିବା ମୋଉ ଅନୁଯାୟୀ ୩୦ ଦିନରେ ଚିକିତ୍ସା ଦେୟ ସରକାର ଭରଣା କରିବେ। କିନ୍ତୁ ଗତ ୪ ମାସ ହେବ ସରକାର ଏହା ଦେଉ ନାହାନ୍ତି । ଫଳରେ ଅନେକ ଘରୋଇ ହସ୍ପିଟାଲ ପରିଚାଳନା କରିବାରେ ସମସ୍ୟା ସୃଷ୍ଟି ହେଲାଣି । ସେହିପରି ବିଏସକେୱାଇ ଅଧୀନରେ ରୋଗୀ ମାନେ ସିଡିଏମଓଙ୍କ ଠାରୁ ରେଫର ସାର୍ଟିଫିକେଟ ଆଣିଲେ ହିଁ ଘରୋଇ ଚିକିତ୍ସାଳୟ ଚିକିତ୍ସା ଯୋଗାଇ ଦେବେ । ଯାହାକି ଅଧିକାଂଶ ହିତାଧିକାରୀ ଜାଣିନାହାନ୍ତି । ସେମାନେ ସିଧାସଳଖ ନିଜ ରୋଗୀଙ୍କୁ ଆଣି ଘରୋଇ ହସ୍ପିଟାଲରେ ଭର୍ତ୍ତି କରୁଥିବା ହେତୁ ବିଏସକେୱାଇ ବୀମାରେ ଚିକିତ୍ସା ସେବା ଯୋଗାଇ ହେଉ ନାହିଁ । ଫଳରେ ଅନେକ ସମୟରେ ଗଣ୍ଡଗୋଳ ଘଟୁଛି । ତେବେ ସରକାରଙ୍କୁ ଏନେଇ ଘରୋଇ ହସ୍ପିଟାଲ ସଂଘ ପକ୍ଷରୁ ଶୀଘ୍ର ଅବଗତ କରାଯିବ। ଏହି ସମସ୍ୟା ସରକାର ତୁରନ୍ତ ସମାଧାନ ନକଲେ ଆଗାମୀ ଦିନରେ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ସରକାରଙ୍କ ବିଏସକେୱାଇ ହେଲଥ କାର୍ଡ ଚିକିତ୍ସା ସେବା ଯୋଗାଇବା ଆଉ ସମ୍ଭବ ହେବ ନେଇ ବୋଲି ରୋକ ଠୋକ କହିଛନ୍ତି ଘରୋଇ ମେଡ଼ିକାଲ ସଂଘ । ରାଜ୍ୟ ସରକାର ବିଏସକେୱାଇ କାର୍ଡ ବାଣ୍ଟି ବାହାବା ନେଉଥିବା ବେଳେ ଏହି ହେଲଥ କାର୍ଡ ଯେ ଆଗାମୀ ଦିନରେ ଅକାମି ହୋଇଯିବ ତାହା ଏବେ ଘରେଇ ମେଡିକାଲ ସଂଘର ସୂଚନା ପରେ ତାହା ସ୍ପଷ୍ଟ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *