ଓଡ଼ିଶାରେ ଶୀତର ପ୍ରକୋପ, ରାତ୍ରି ତାପମାତ୍ରା ୧୦ଡ଼ିଗ୍ରୀ ତଳେ ରେକର୍ଡ

Spread the love

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଓଡିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରଭାବରେ ଆଗାମୀ ୨ ରୁ ୩ ଦିନ ପାଇଁ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ଏବଂ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ସର୍ବନିମ୍ନ ରାତ୍ରି ତାପମାତ୍ରାରେ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଆଞ୍ଚଳିକ ପାଣିପାଗ କାର୍ୟ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ୩.୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର ହୋଇଥିବା ବେଳେ ୧୯ଟି ସ୍ଥାନରେ ରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ଡ଼ିଗ୍ରୀ ତଳେ ରେକର୍ଡ କରାଯାଇଛି ।

ସେହିପରି ଫୁଲବାଣୀ ୪, କୋରାପୁଟ ୮.୫, ବାଲେଶ୍ଵର ୯.୮, ଚାନ୍ଦବାଲି ୯.୨, ଅନୁଗୋଳ ୮.୬, ବାରିପଦା ୮.୫, ଝାରସୁଗୁଡା ୬.୪, କେନ୍ଦୁଝର ୬.୨, ସମ୍ବଲପୁର ୮.୫, ସୁନ୍ଦରଗଡ଼ ୬.୫, ହୀରାକୁଦ ୮.୬, ତାଳଚେର ୯.୦, ଭବାନୀପାଟଣା ୬.୦, ବଲାଙ୍ଗୀର ୭.୮, ଟିଟିଲାଗଡ଼ ୯.୮, ମାଲକାନଗିରି ୧୧.୫, ସୋନପୁର ୧୦.୫, ନୟାଗଡ଼ ୧୨, ବୌଦ୍ଧ ୧୪.୫ ସେଲ୍ସିୟସ ରେକର୍ଡ କରାଯାଇଛି । ରବିବାରଠାରୁ ଥଣ୍ଡାର ପ୍ରକୋପ ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave a Reply

Your email address will not be published. Required fields are marked *