ରାତାଖଣ୍ଡିରେ ବିଶାଳ ଆଦିବାସୀ ମେଳି

Spread the love

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅଧିନସ୍ଥ ରାତାଖଣ୍ଡି ଗ୍ରାମ ଠାରେ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରୁ ଗାଁରେ ଶୋଭାଯାତ୍ରା କରାଯାଇଥିଲା । ପରେ ସଂଘର ଜିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ମନଙ୍କ ପାଇଁ ସଂରକ୍ଷିତ ବଲାଙ୍ଗିର ଜିଲ୍ଲାର ୭୨ଟି ସରପଞ୍ଚ ଏବଂ ୭୨ଟି ସମିତି ସଭ୍ୟ ପଦବୀ ଆଦିବାସୀ ସମାଜର ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ବାଛିବା ପାଇଁ ସ୍ଥିର ହୋଇଥିଲା । ଆଦିବାସୀଙ୍କ ପାଇଁ ଉଦ୍ଧିଷ୍ଟ ସରପଞ୍ଚ ଓ ସମିତି ସଭ୍ୟ ଆସନ ଗୁଡିକ ଇଲେକ୍ସନ ନ କରି ସିଲେକ୍ସନ କରିବାକୁ ନିଷ୍ପତ୍ତି କରାଯାଇଛି । ଆଦିବାସୀ ମାନଙ୍କ ଅର୍ଥନୈତିକ ସ୍ଥିତି ସୁଦୃଢ କରିବାକୁ ନିଜ ସମାଜର ଲୋକଙ୍କ ମଧ୍ୟରେ ଲଢ଼େଇ କରି ଖର୍ଚ୍ଚାନ୍ତ ନ ହେବାକୁ ଧର୍ୟ୍ୟ କରାଯାଇଥିଲା । ସେହିପରି ଆଦିବାସୀଙ୍କ ପାଇଁ ସଂରକ୍ଷିତ ପାଟଣାଗଡ, ଆଗଲପୁର ଏବଂ ଗୁଡଭେଲା ବ୍ଲକର ଅଧ୍ୟକ୍ଷ ପଦବୀ ପାଇଁ ସଂଘ ସମର୍ଥିତ ପ୍ରାର୍ଥୀ ତଥା ଆଦିବାସୀ ସମାଜର ସକ୍ରିୟ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବାରେ ପଦକ୍ଷେପ ନେବାକୁ ଆହ୍ୱାନ କରାଯାଇଥିଲା ।

ଭାରତୀୟ ସମ୍ବିଧାନ ପ୍ରଦତ୍ତ ରାଜନୈତିକ ଅଧିକାର ହାସଲ ସକାଶେ ସମସ୍ତ ଆଦିବାସୀ ଏକଜୁଟ ହେଲେ ଆଦିବାସୀ ସମାଜର ସାମାଜିକ, ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ ଓ ଶିକ୍ଷାର ବିକାଶ ହୋଇପାରିବ ଫଳରେ ଆଦିବାସୀମାନେ ଦେଶର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ଆଦିବାସୀ ମାନେ ସଂକଳ୍ପ କରିଥିଲେ । ସଭାରେ ମୁଖ୍ୟବକ୍ତା ଭାବରେ ନିରଞ୍ଜନ ବିଶି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ, ହୃଷିକେଶ ବରିହା ଲାଟ ସଭାପତି, ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟବାସିନୀ ବିଞ୍ଝାଳ ସମାଜ, ବରଗଡ଼, ଆଶାରାମ ବରିହା ସାଧାରଣ ସମ୍ପାଦକ ସ୍ୱାଲାଖ ବିନ୍ଧ୍ୟବାସିନୀ ବିଞ୍ଝାଳ ସମାଜ ବରଗଡ଼, ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ପୁରୁଷୋତ୍ତମ ଧରୁଆ ଅବସର ପ୍ରାପ୍ତ ଅବକାରୀ ଅଧିକ୍ଷକ, ପାଟଣାଗଡ ବ୍ଲକ ସଭାପତି ଅଷ୍ଟରତ୍ନ ବରିହା, ଲୋଇସିଂହା କାର୍ୟ୍ୟକାରୀ ସଭାପତି ଦଶରଥ ଛତ୍ରିଆ, ଆଗଲପୁର କାର୍ୟ୍ୟକାରୀ ସଭାପତି ଭୁବନେଶ୍ୱର ଧରୁଆ, ସମ୍ପାଦକ ସାରଥୀ ବାଗ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଆଦିବାସୀନେତା ଗୋପାଳ ପ୍ରଧାନ, ରୁକ୍ମଣ ଧରୁଆ, ଜଳ ଧରୁଆ, ସ୍ୱତନ୍ତ୍ର କନ୍ଦା ଓ ଗୁରୁ ବରିହା ମଞ୍ଚାସିନ ଥିଲେ । ସତ୍ୟ ଦଳପତି ସଭା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *