ବଜ୍ରକାପତା ଉଦ୍ଧାର କଲେ ନନ୍ଦନକାନନ କର୍ତ୍ତୃପକ୍ଷ

Spread the love

ବାରଙ୍ଗ, (ନାଗରାଜ ନ୍ୟୁଜ): ନନ୍ଦନକାନନ ପ୍ରତିଷ୍ଠା ଦିବସରେ ଗତ କାଲି ରେଡିଓ ଟ୍ରାନ୍ସମିଟର ଲଗାଇ ଛଡାଯାଇଥିବା ବଜ୍ରକାପ୍ତା ୩ କିଲୋମିଟର ଦୂର ପୁରୁଣା ବାରଙ୍ଗରୁ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବାରଙ୍ଗ ଥାନା ପୁଲିସ ଉଦ୍ଧାର କରି ଆଣି ରଖିଥିଲା । ନନ୍ଦନକାନନର କର୍ମଚାରୀ ମାନେ ଟ୍ରାକିଂ କରିବା ବେଳେ ସିଗନାଲ ବାରଙ୍ଗ ଆଡକୁ ଦେଖାଉଥିଲା ସେମାନେ ସ୍ପଷ୍ଟ ହୋଇଯାଇଥିଲେ ଯେ ବଜ୍ରକାପ୍ତାଟି ନନ୍ଦନକାନନ ପରିସର ବାହାରକୁ ଚାଲିଯାଇଛି। ଅନ୍ଵେଷଣ କରୁଥିବା ବେଳେ ବାରଙ୍ଗ ଥାନା ଅଧିକାରୀ ଆକାଶ ରଣା ରେଡିଓ ଟ୍ରାନ୍ସମିଟର ଲାଗିଥିବା ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ସୂଚନା ଦେଇଥିଲେ। ତୁରନ୍ତ ନନ୍ଦନକାନନର ଶିକ୍ଷା ବିଭାଗ ଅଧିକାରୀ ମିଲନ ପଣ୍ଡା ଓ ରାଜେଶ ମହାପାତ୍ର କର୍ମଚାରୀଙ୍କ ସହ ପହଁଚି ବାରଙ୍ଗ ଥାନାରୁ ବଜ୍ରକାପ୍ତାଟିକୁ ନନ୍ଦନକାନନକୁ ଫେରାଇ ଆଣିଛନ୍ତି।

 

Leave a Reply

Your email address will not be published. Required fields are marked *