ସାମ୍ବାଦିକ ପ୍ରକୋଷ୍ଠ ଉଦଘାଟନ

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବସ ଷ୍ଟାଣ୍ଡ ନିକଟରେ ବିଧାୟକ ହାତ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସାମ୍ବାଦିକ ପ୍ରକୋଷ୍ଠର ଶୁଭ ଉଦଘାଟନ ସୀମୁଳିଆ ଖଇରାର ବିଧାୟକ ତଥା ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ହୋଇଯାଇଛି । ସେ ତାଙ୍କ ଭାଷଣରେ ଖଇରା ସିମୁଳିଆ ର ମୋର ସମସ୍ତ ସାମ୍ବାଦିକ ଓ ସମ୍ବିଧାନର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ସଦା ସର୍ବଦା ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ସହ ପ୍ରତିଟି କ୍ଷେତ୍ରରେ ଜନସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଉପରେ ପରାମର୍ଶ ଦେଇଥିଲେ । ଏହି ଶୁଭ କାର୍ୟ୍ୟକ୍ରମରେ ଓୟୁଜେର ଜିଲ୍ଲା ସଭାପତି ଗଙ୍ଗାଧର ରାଉତ, ଖଇରା ବିଡିଓ ପର୍ଶୁରାମ ପଣ୍ଡା, ସ୍ଥାନୀୟ ସରପଞ୍ଚ ସୁଦର୍ଶନ ସେଠୀ, ମହିଳା ସଭାପତି ରଶ୍ମିତା ମହାପାତ୍ର, ଖଇରା ସାମ୍ବାଦିକ ସଂଘର ସଭାପତି, ସମ୍ପାଦକ ଖଇରା, ଔପଦା ଏବଂ ସିମୁଳିଆ ଅଞ୍ଚଳର ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *