ରକ୍ତଦାନ ଶିବିର ଅନୁଷ୍ଠିତ

Spread the love

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଗୋପାଳପୁର ସ୍ଥିତ ଗୋପାଳ ଜୀଉ ଯୁବକ ସଂଘ ପରିସରରେ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଏବଂ ଗୋପାଳ ଜୀଉ ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ବିଜେଡ଼ି ସଭାପତି ମହେଶ୍ୱର ମହାନ୍ତି ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିବାକର ପାତ୍ର, ଶାନ୍ତିଲତା ପ୍ରଧାନ, ପୁଷ୍ପାଞ୍ଜଳି ରଣା, ଶ୍ରିପ୍ରକାସ ମିଶ୍ର, ପୀତବାସ ନାୟକ, ଅନୁଷ୍ଠାନର ସଭାପତି ରବିନାରାୟଣ ମହାରଣା, ସାଗର ପାତ୍ର, ଷ୍ଟାଲିନ ପରିଜା, ରବିନାରାୟଣ ନାୟକ, ଗୁରୁପ୍ରସାଦ ଦାସ, ରାଜେଶ୍ ରଥ, ସୋମନାଥ ପ୍ରଧାନ, ରାକେଶ ଜେନା ଓ ବିଶ୍ୱଜିତ୍ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସହ ସଂଯୋଜକ ଭଗବାନ ପଢ଼ିଆରି ଏବଂ ସୁଶାନ୍ତ କୁମାର ନାୟକ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *