ପଡ଼ିଆବାହାଲ ପଞ୍ଚାୟତ କନଗାଁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତିବାଦରେ ଗଣଧାରଣା

Spread the love

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଞ୍ଚାୟତ ଅନ୍ତର୍ଗତ କନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଦଳି ପ୍ରତିବାଦରେ ସୋମବାର ଦିନ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋତିଲାଲ ତାଣ୍ଡିଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ତାର ପ୍ରତିବାଦ କରି ଅଭିଭାବକମାନେ ଧାରଣ ଦେଇ ପ୍ରତିବାଦ କରିଥିଲେ । ପୂର୍ବରୁ ବଦଳି ବାତିଲ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଧାରଣା ଦେଇଥିବା ବେଳେ ଦାବି ପୂରଣ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଈଶ୍ୱର ଛତରଙ୍କ ସହ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ କହିଛନ୍ତି । ଆଜି  ଏନେଇ ବ୍ଲକ ଶିକ୍ଷା ଅଧିକାରୀ ସୁବୋଧ ପୁରୋହିତଙ୍କୁ ଯୋଗାଯୋଗ କଲେ ମଧ୍ୟ ସେ ଫୋନ ଉଠାଇ ନଥିବାବେଳେ ଏବିଇଓ ମିନିକେତନ ବରିହାଙ୍କୁ ପଚାରିବାରୁ ଛାତ୍ରଛାତ୍ରୀ ସଂଖ୍ୟା ଅନୁପାତରେ ଅଧିକ ଶିକ୍ଷକ ଥିବାରୁ ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ଜଣେ ଶିକ୍ଷକକୁ ଅନ୍ୟତ୍ର ବଦଳି ହୋଇଥିବା କହିଛନ୍ତି । ସେହିପରି ଅଭିଭାବକଙ୍କ ଦାବୀକୁ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣେଇ ଦେଇଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *