ବ୍ଲକ ସମ୍ମୁଖରେ ସୂଚନା କର୍ମୀଙ୍କ ଗଣଧାରଣା

Spread the love

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ବିଭିନ୍ନ ବିଭାଗରେ ଦିନକୁ ଦିନ ଦୁର୍ନୀତି ବଢ଼ି ବଢ଼ି ମହାଦୁର୍ନୀତିରେ ପହଞ୍ଚିଲାଣି । ଏହି ମହାଦୁର୍ନୀତିର ପରଦା ଫାସ କରିବା ପାଇଁ ବାଲିଆପାଳ ସୂଚନା ଅଧିକାର ଅଭିଯାନ ସଂଘର ସୂଚନା କର୍ମୀମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି । ପ୍ରଶାସନକୁ ମାଗିଥିବା ସୂଚନା ବ୍ଲକ ପ୍ରଶାସନ ପ୍ରଦାନ ନ କରିବାରୁ ଏହି ମହା ଦୁର୍ନୀତିକୁ ବିରୋଧରେ କରି ସୂଚନା ଅଧିକାର ଅଭିଯାନର ସଭାପତି ଅନୁଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବାଲିଆପାଳ ବ୍ଲକ ସମ୍ମୁଖରେ ସୂଚନା ଅଧିକାର ଅଭିଯାନ ସଂଘର ସଦସ୍ୟମାନଙ୍କର ଗଣଧାରଣା ଆରମ୍ଭ ହୋଇଛି ।

ଏହାର ତଦନ୍ତ କରା ନଗଲେ ଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସଂଘର ସଭାପତି କହିଛନ୍ତି । ଖବର ସଂଗ୍ରହରୁ ଜଣାଯାଇଛିଯେ, ବାଲିଆପାଳ ବ୍ଲକରେ ମହାଦୁର୍ନୀତି ହେଉଥିବାର କୌଣସି ସୂତ୍ରରୁ ସୁରାକ ପାଇ ସୂଚନା ଅଧିକାର ଅଭିଯାନ ସଂଘ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର, ଗୁହାଳ ଘର, କଂକ୍ରିଟ ରାସ୍ତା ନିର୍ମାଣ, ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ଏବଂ ସାମଗ୍ରୀ ବଣ୍ଟନ, କୋଭିଡ୍ ସମୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ଆତ୍ମ ନିର୍ଭର ଭାରତ ଯୋଜନାରେ ପ୍ରବାସୀମାନଙ୍କୁ ଡାଲି ଚାଉଳ ବଣ୍ଟନ ଓ କରୋନା ସମୟରେ ରାଜ୍ୟ ସରକାର ସାଧାରଣ ପରିବାର ପାଇଁ ଦେଇଥିବା କିରୋସିନ ବଣ୍ଟନ ଆଦିରେ କୋଟି କୋଟି ଟଙ୍କାର ବ୍ୟାପକ ଦୁର୍ନିତୀ ହୋଇଥିବାର ଅଭିଯୋଗ ହୋଇଛି । ୨୦୦୫ ସୂଚନା ଅଧିକାର ଆଇନକୁ ବ୍ଲକ ପ୍ରଶାସନ ଖୁଲମଖୁଲା ଉଲଂଘନ କରି ସୂଚନା ଆବେଦନକାରୀଙ୍କୁ ବର୍ଷ ବର୍ଷ ଧରି କୌଣସି ସୂଚନା ନ ଦେବା ଇତ୍ୟାଦିକୁ ସଂଘ ଅଭିଯୋଗ କରି ଏହାର ପ୍ରତିବାଦରେ ଜାନୁଆରୀ ୬ତାରିଖ ଠାରୁ ସଂଘର ଉପଦେଷ୍ଟା କୁଶ ଧ୍ଵଜ ଜେନା, ସୂଚନା କର୍ମୀ ରାଜକିଶୋର ପାତ୍ର, ଶରତ କୁମାର ପାତ୍ର, ଗୋପୀନାଥ ଗଙ୍ଗାଇ, ବଳରାମ ବେହେରା, ବିଜୟ ମାହାନା, ଗଜେନ୍ଦ୍ର ନାଥ ଜେନା, ଚିତ୍ତରଞ୍ଜନ ଜେନା ଓ ଅକ୍ଷୟ ଦାସ ଧାରଣାରେ ବସିଛନ୍ତି । ଯେପର୍ୟ୍ୟନ୍ତ ନ୍ୟାୟ ନ ମିଳିଛି ସେତେଦିନ ପର୍ୟ୍ୟନ୍ତ ଏ ଧାରଣା ଚାଲୁ ରହିବ ବୋଲି ସଂଘ ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *