ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୟୋଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Spread the love

ଭୁବନେଶ୍ୱର, (ନାଗରାଜ): ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବରେ ୧୧ ରୁ ୧୪ ତାରିଖ ମଧ୍ୟରେ ବୃଷ୍ଟିପାତରେ ସମ୍ଭାବନା ରହିଛି । ପଶ୍ଚିମା-ଝଡ ଘୁର୍ଣ୍ଣିବଳୟ ରୂପରେ ଉତ୍ତର-ପାକିସ୍ଥାନ ଏବଂ ପାର୍ଶ୍ଵବର୍ତ୍ତୀ ଜାମ୍ମୁ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୩.୧ କିମି ରୁ ୭.୬ କିମି ମଧ୍ୟରେ ବାୟୁମଣ୍ଡଳରେ ସକ୍ରିୟ ରହିଛି । ପଶ୍ଚିମାଝଡର ଆଗମନ ତଥା ପୂର୍ବଦିଗରୁ ବଙ୍ଗୋପସାଗର ମଧ୍ୟରୁ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବା ଅତ୍ୟଧିକ ମାତ୍ରାରେ ଉଷ୍ମଜଳୀୟବାଷ୍ପର ପ୍ରଭାବରେ ଓଡ଼ିଶାର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ବୃଷ୍ଟିପାତର ସମ୍ଭାବନା ରହିଛି । ଏହି ପଶ୍ଚିମା ଝଡ ପ୍ରଭାବରେ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଛି। ପାଣିପାଗ କେନ୍ଦ୍ର ଭୁବନେଶ୍ୱର ୧୨ ରୁ ୧୪ ତାରିଖ ପର୍ୟ୍ୟନ୍ତ ୟେଲୋ ତାରିଖ ପର୍ୟ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଉତ୍ତର – ଆଭ୍ୟନ୍ତରୀଣ , ନୂଆପଡା, କଳାହାଣ୍ଡି , କନ୍ଧମାଳ ବଲାଙ୍ଗୀର ସୋନପୁର , ବୌଦ୍ଧ ଜିଲ୍ଲାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ଅବଶିଷ୍ଠ ଓଡ଼ିଶାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୧୨ ତାରିଖରୁ ୧୩ ତାରିଖ ପର୍ୟ୍ୟନ୍ତ ଓଡିଶାର ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ସହିତ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୧୩ ରୁ ୧୪ ତାରିଖ ପର୍ୟ୍ୟନ୍ତ ଓଡିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ କଳାହାଣ୍ଡି, ମୟୂରଭଞ୍ଜ , ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଅନୁଗୁଳ,କେନ୍ଦୁଝର , ଯାଜପୁର, କଟକ , ଢେଙ୍କାନାଳ , ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ୬ ରୁ ୧୧ ସେମି ସମ୍ଭାବନା ରହିଛି । ଏଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *