ପୁରୀ ପୌରସଂସ୍ଥା ପକ୍ଷରୁ ସଫେଇ କର୍ମୀ ଓ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା

Spread the love

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ସହରକୁ ସ୍ବଚ୍ଛ ରଖିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପୁରୀ ସହରକୁ ସ୍ବଚ୍ଛତା କ୍ଷେତ୍ରରେ ଏକ ନମ୍ବର କରିବାକୁ ସ୍ବଚ୍ଛ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଛି । ସହରକୁ ସ୍ବଚ୍ଛ ରଖିବାକୁ ପୌରସଂସ୍ଥା ସହ ସହରବାସୀଙ୍କ ଯୋଗଦାନ ରହିଛି । ଏହି ଉଦ୍ଦେଶ୍ୟରେ ପୌରସଂସ୍ଥା ପକ୍ଷରୁ ପ୍ରତ୍ୟେକ ୱାର୍ଡର ଜଣେ ଶ୍ରେଷ୍ଠ ସଫେଇ କର୍ମୀ ଓ ସହରକୁ ସଫା ରଖିବାରେ ସ୍ବେଚ୍ଛାକୃତ ଭାବେ ପ୍ରଚେଷ୍ଟା ଜାରି ରଖିଥିବା ୧୦ ଜଣ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏ ସଂକ୍ରାନ୍ତରେ ପୌରସଂସ୍ଥା ପକ୍ଷରୁ ଅର୍ବାନ ହାଟରେ ଜିରୋ ୱେଷ୍ଟ ତଥା ଆବର୍ଜନା ସୃଷ୍ଟି ହେଉ ନଥିବା କାର୍ୟ୍ୟକ୍ରମ ଆୟୋଜନ କରାଯାଇ ସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି କାର୍ୟ୍ୟକ୍ରମରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ରାୟ, ପୌର ସ୍ବାସ୍ଥ୍ୟ ଅଧିକାରୀ ଡା. ସୁନିଲ କୁମାର ତରାଇ, ସ୍ବଚ୍ଛ ସର୍ବେକ୍ଷଣ ବ୍ରାଣ୍ତ ଆମ୍ବାସଡର ଶ୍ରୀମତୀ ରୂପଶ୍ରୀ ମହାପାତ୍ର, ସଫେଇ ଅଧିକାରୀ ଶ୍ରୀ ରିସଭ କୁମାର ଦାଶ, ପରାମର୍ଶଦାତା ଶ୍ରୀ ଜ୍ୟୋତିପ୍ରକାଶ ଦାଶ ପ୍ରମୁଖ ଉପସ୍ଥିତ ରହି ସଫେଇ କର୍ମୀ ମାନଙ୍କୁ ସହରକୁ ସ୍ବଚ୍ଛ ନିମନ୍ତେ ପ୍ରୟାସ ଜାରି ରଖିବାକୁ ପ୍ରୋତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *