ସରକାର ଯୋଜନା କାହା ପାଇଁ, ଅନାଥ ଶିଶୁ ଦୁହିଁଙ୍କ ପାଖରେ ପହଞ୍ଚିଲେ ଯାଜପୁରର ସ୍ୱେଚ୍ଛାସେବୀ ସଂଗଠନ

Spread the love

ଯାଜପୁର, (ନାଗରାଜ ନ୍ୟୁଜ): ଆଜକୁ ୩ ବର୍ଷ ପୂର୍ବେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ରଣପୁର ଗ୍ରାମରେ ଘଟି ଯାଇଥିଲା ଏକ ଲୋମ ଟାଙ୍କୁରା ଦୁର୍ଘଟଣା । ସେଦିନର ସେଇ ଅଗ୍ନିକାଣ୍ଡ ର ପ୍ରଭାବ ଏତେ ଭୟା ଭୟ ଥିଲା ଯେ ଶୋଇବା ଅବସ୍ଥାରେ ପୋଡି ହୋଇଯାଇଥିଲେ ନିରଞ୍ଜନ ମହାରଣା ଏବଂ ତାଙ୍କ ସ୍ତ୍ରୀ ଉର୍ମିଳାଙ୍କ ସହିତ ତାଙ୍କର ଦୁଇ କୋମଳ ମତି ପୁଅ ଝିଅ । ସେହି ରାତ୍ରିରେ ପିଲା ଦୁଇଜଣ ତାଙ୍କ ବାପା ମାଆଙ୍କୁ ହରାଇ ସବୁଦିନ ପାଇଁ ହେଇଯାଇଥିଲେ ବାପା ମାଆ ଛେଉଣ୍ଡ । ଆଖି ଆଗରେ ପୋଡି ହୋଇଯାଇଥିବା ଦୃଶ୍ୟ ଯେକେହି ବି ଦେଖିବେ ସେ କିଛି ସମୟ ପାଇଁ ସ୍ତବ୍ଧିଭୁତ ହୋଇଯିବେ । ବାପା ପୋଡି ହୋଇଯାଇ ଗାଁ ପାଖରେ ଥିବା ବୈତରଣୀ ନଦୀ ଘାଟକୁ ଦୌଡ଼ି ଦୌଡ଼ି ଯାଇ ପ୍ରାଣ ବଞ୍ଚାଇବା ଆଶାରେ ଡେଇଁ ପଡ଼ିଥିଲେ ସତ କିନ୍ତୁ ସେଦିନର ସେହି କାଳ ରାତ୍ରିରେ ସେ କୁଆଡେ ନିଖୋଜ ହୋଇଯାଇଥିଲେ ତାଙ୍କର ପତା ମିଳିନଥିଲା । ଦୀର୍ଘ ଗୋଟିଏ ସପ୍ତାହ ପରେ ମାଛ ଧରାଳି ମୃତ ଅବସ୍ଥାରେ ପାଇଥିଲେ ।

ଏପଟେ ଛୁଆ ଦୁଇ ଜଣଙ୍କ ମାଆ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସମୟରେ ଛୁଆଙ୍କର ଜେଜେମା କଟକ ବଡ଼ ମେଡିକାଲକୁ ନେଇ ୩ଟି ଜୀବନ ବଞ୍ଚାଇବାକୁ ସଂଗ୍ରାମ କରିଥିଲେ । ଶେଷରେ ପିଲା ମାନଙ୍କ ମାଆ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ଏତିକିରେ ସାରିଲାନି ଏ କରୁଣ କାହାଣୀ, ପୋଡି ଯାଇଥିବା ଦୁଇ ନିରୀହ ଶିଶୁ ଦୁଇଜଣକୁ ଜମି ବାଡ଼ି ବିକ୍ରି କରି ଘରକୁ ଆଣିଲେ ସତ ହେଲେ ପିଲା ଦୁଇଟିକୁ ଭଲରେ ଦୁଇମୁଠା ଖାଇବାକୁ ଏବଂ ପିଇବାକୁ ଏପରିକି ଘା ରେ ଔଷଧ ଲଗେଇବାକୁ ଦେଇ ପାରୁନାହାନ୍ତି । ଏସବୁରେ ଅର୍ଥ ସାଜିଛି ବାଧକ, ସବୁରି ମୂଳରେ ଅର୍ଥ ଆବଶ୍ୟକତା ଥିବା ଵେଳେ ସରକାରଙ୍କ କୌଣସି ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରିନି । ଜେଜେମା ଙ୍କ ବାର୍ଦ୍ଧକ୍ୟ ଭର୍ତ୍ତା ଆଉ ଟଙ୍କିକିଆ ଚାଉଳ ଖାଇ ଜୀବନକୁ ଭଙ୍ଗା ଚାଳିଆରେ ଅତିବାହିତ କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାର ଙ୍କ ମାଳ ମାଳ ଯୋଜନା କାହା ପାଇଁ, ଏଥିପ୍ରତି ତୁରନ୍ତ ଯାଜପୁରର ଜିଲ୍ଲାପାଳ ଏବଂ କୋରେଇର ମାନ୍ୟବର ବିଧାୟକ ଦୃଷ୍ଟି ଦେଇ ଛୋଟପିଲା ଦୁହିଁଙ୍କୁ ଥଇଥାନ କରିବା ସହ ପାଠ ପଢିବା ସହ ଉତ୍ତମ ଚିକିତ୍ସା ଯୋଗେଇ ଦେବା ଦାବି ହୋଇଛି । ସାମାଜିକ ଗଣ ମାଧ୍ୟମ ଏବଂ ଖବର କାଗଜ ରୁ ଖବର ପାଇ ଯାଜପୁର ର ଅର୍ଗଣୀ ସ୍ବେଛାସେବୀ ସଂଗଠନ ” ଲିଟିଲ ଆଞ୍ଜେଲ ସୋସିଆଲ ସର୍ଭିସ ଅର୍ଗାନାଇଜେସନ ” ଏବଂ ଜାରକା ର ” ଅସହାୟ ର ବନ୍ଧୁ ” ସଂଗଠନ ସେଠାରେ ପହଞ୍ଚି ସେ ପିଲା ଦୁହିଁଙ୍କୁ ଭେଟିବା ସହ ଉଭୟ ସଂଗଠନ ର ମିଳିତ ଉଦ୍ୟମ ରେ ସେହି ପିଲାଦୁହିଁଙ୍କ ପାଇଁ ବହି ଖାତା ପେନ, ସ୍କୁଲ ବ୍ୟଗ, ଫଳମୂଳ, ପ୍ରୋଟିନ ପାଉଡର, ଶୀତ ବସ୍ତ୍ର, ପୋଷାକ ଏବଂ ରାସନ ସାମଗ୍ରୀ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ଏବଂ ଆଗକୁ ମଧ୍ୟ ଆହୁରି ସୁବିଧା ଯୋଗେଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଉକ୍ତ ସେବାକାଯ୍ୟ ଲିଟିଲ ଆଞ୍ଜେଲ ସୋସିଆଲ ସର୍ଭିସ ଅର୍ଗାନାଇଜେସନ ର ମହେଶ୍ୱର ସାହୁ , ଦେବାଶିଷ ପ୍ରଧାନ, ପ୍ରଶାନ୍ତ ଦାସ, ବାଦଲ କୁମାର ଦାସ,ତାପସ ମଲ୍ଲିକ ଏବଂ ଅସହାୟ ର ବନ୍ଧୁ ସଂଗଠନ ର ପ୍ରମୋଦ କୁମାର ସ୍ୱାଇଁ,ଅଜୟ କୁମାର ସେଠି, ହିମାଂଶୁ ବାରିକ,ଜିତେନ୍ଦ୍ର ସେଠି ଙ୍କ ଦ୍ୱାରା ହୋଇଥିଲା ।

Leave a Reply

Your email address will not be published. Required fields are marked *