ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ କବିଶ୍ରୀ ଗୋବର୍ଦ୍ଧନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

Spread the love

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ସ୍ୱାଧିନତା ସଂଗ୍ରାମୀ କବିଶ୍ରୀ ଗୋବର୍ଦ୍ଧନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ କବିଶ୍ରୀ କଲ୍ଚର୍ ଭଇଁଷା ଠାରେ ରବିବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କ୍ଷମାନିଧି ସାହୁ ସଭାପତିତ୍ୱ କରିଥିଲେ । ଗୁରୁ ଆଲୋକ ଦାସ ସଭା ପରିଚାଳନା କରିଥିଲେ । କବିଶ୍ରୀ ଦାସଙ୍କ ଜନ୍ମ ଶତବାର୍ଷିକୀ ଆସନ୍ତା ଡିସେମ୍ବର ୧୮/୧୯/୨୦ ତାରିଖ ତିନିଦିନ ଧରି ମହାସମାରୋହରେ ପାଳନ କରାଯିବାକୁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହାର ଉପଦେଷ୍ଟା ଭାବରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଗୁରୁ ଡା. ଘାସିରାମ ମିଶ୍ର, ସମାଜସେବୀ ଶ୍ରୀକର ମିଶ୍ର, ବୈଜ୍ଞାନିକ ପଦ୍ମନାଭ ପଧାନ, ନାଟ୍ୟଭୁଷଣ ଜଗଦାନନ୍ଦ ଛୁରୀଆ, ଡା. ବିକାଶ ଦାସ, ଶିବ ଶଙ୍କର ପାଣିଆ, ରବିଶଙ୍କର ପାଣ୍ତିଆ, ଅଧ୍ୟାପକ ମୋହନ ସାହୁ, ଶିଳ୍ପୀ ଅନ୍ତର୍ଯ୍ୟାମି ମେହେର, ହରି ନାରାୟଣ ପୂଜାରୀ, ପ୍ରଭାକର ମିଶ୍ର, ଭକ୍ତବନ୍ଧୁ ନାଏକ, ସମାଜସେବୀ ମନୋଜ ଜେନା, ଆଶିଶ କୁମାର ଚନ୍ଦନ, ଅବନୀକାନ୍ତ ଯୋଶୀ, ବିଜୟ କୁମାର ଶତପଥି, ଓଁକାର ନାୟକ, ଟଙ୍କଧର ଭୋଇ ଓ ଆଗ୍ରହ ପ୍ରକାଶ ଦାସଙ୍କ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ସେହିପରି ସଭାପତି ଭାବରେ ବିଶିଷ୍ଟ ସମାଜସେବୀ ଆଇନଜୀବୀ ଜୟରାମ ମିଶ୍ର, ଉପସଭାପତି ବିଜୟ କୁମାର ପୁରୋହିତ ଏବଂ ଲକ୍ଷ୍ମୀକାନ୍ତ ମିଶ୍ର, ସଂପାଦକ ଗୁରୁ ଆଲୋକ ଦାସ, ଯୁଗ୍ମ ସଂପାଦକ ବିରେନ୍ଦ୍ର କୁମାର ଝାଙ୍କର ଏବଂ ମିନକେତନଙ୍କ ଦ୍ୱାରା ପ୍ରସ୍ତାଙ୍କ ଗ୍ରହଣ ହେଲା । ଏହି ପ୍ରସ୍ତୁତି ବୈଠକରେ ଅଧ୍ୟାପକ ଅରୁଣ କୁମାର ବୁଡେକ, ବିନାୟକ ହୋତା, ଦୈତାରୀ ଗୁରୁ, ସହଦେବ ଷାଣ୍ଢ, ସୁରେନ୍ଦ୍ର ଦେଓ, ଜନାର୍ଦ୍ଦନ ପଧାନ, ଭରତ ନାଗ, ଭୀଷ୍ମ ସାହୁ, ବିଷ୍ଣ ସାହୁ, ଉମେଶ ଚନ୍ଦ୍ର ମଟାରୀ, ପ୍ରଶାନ୍ତ ସାହୁ, ସୁନାରାମ ପୁଟେଲ, ରକ୍ଷାକାରୀ ସାହୁ, ପ୍ରାଣ ପ୍ରକାଶ ଦାସ ଓ ନେପାଳ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପକ ଶିବ ପ୍ରସାଦ ସା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *