ଆଜି ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ଏନ୍‌ସିସି ରାଲିକୁ କରିବେ ସମ୍ବୋଧିତ

Spread the love

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଆଜି ମଧ୍ୟାହ୍ନରେ ନ୍ୟାସନାଲ କ୍ରେଡିଟ୍‌ କପ୍‌ର୍ସ ପିଏମ୍‌ ରାଲିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ। ଆଜି ଅପରାହ୍ନ ୧୨ଟାରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର କାରିଆପ୍ପା ପଡ଼ିଆରେ ଏହି କାର୍ୟ୍ୟକ୍ରମର ଆୟୋଜନ ହେବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ଏନ୍‌ସିସି ରିପ୍ଲବିକ୍‌ ଡେ’ ପ୍ରତିବର୍ଷ ଜାନୁଆରୀ ୨୮ ତାରିଖରେ ପାଳନ ହୋଇଆସୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଏନ୍‌ସିସି କଣ୍ଟିଜେନ୍ସଙ୍କ ଦ୍ୱାରା ଗାର୍ଡ ଅଫ୍‌ ଅର୍ନର ଦିଆଯିବ। ଏଥି ସହିତ ଏନ୍‌ସିସି କ୍ୟାଡେଟ ମାନେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବେ। ବିଜ୍ଞପ୍ତି ଅନୁସାରେ ଶ୍ରେଷ୍ଠ କ୍ୟାଡେଟ୍‌କୁ ପଦକ ସହିତ ସମ୍ମାନିତ କରାଯିବ।

Leave a Reply

Your email address will not be published. Required fields are marked *