ପ୍ରଚାର ଆରମ୍ଭ କଲେ ପ୍ରାର୍ଥୀ ଓ ପ୍ରାର୍ଥିନୀ

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସରକୋଣା ପଞ୍ଚାୟତ ଏବଂ ଜିଲ୍ଲାପରିଷଦ ଜୋନ ନମ୍ବର- ୩ ର ଜିଲ୍ଲା ପରିଷଦ ପ୍ରାର୍ଥୀ ଜୟନ୍ତ କୁମାର ରାଉତ ,ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ କୁମାର ନାୟକ(ନିଧି ଭାଇ), ସମିତି ସଭ୍ୟ ପ୍ରାର୍ଥୀ ଗଜେନ୍ଦ୍ର ନାଥ ପରିଡା ଏବଂ ୧୩ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ/ପ୍ରାର୍ଥୀନୀ ଯଥା- ଅଶେଷ ପରିଡା, ଜୟନ୍ତୀ ଜେନା, ଜୟନ୍ତୀ ଶଙ୍ଖୁଆ, କୈଳାସ ଚନ୍ଦ୍ର ସେଠୀ, ମିନତୀ ଜେନା, ସତ୍ୟଭାମା ବେହେରା, ବାସନ୍ତୀ ଦାସ, ପ୍ରଦୀପ ଶିଅଳ, ନରେନ୍ଦ୍ର ମଲ୍ଲିକ, ଅହଲ୍ଯା ବିଶ୍ବାଳ, ବିନୋଦ ଦାସ, ସସ୍ମିତା ପଣ୍ଡା ଓ ମିତାଞ୍ଜଳି ସେଠୀ ପ୍ରମୁଖ ଝିଙ୍କିରିଆ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ପୂଜାପାଠ କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରୁ ଆଶୀର୍ବାଦ ନେଇ ଚଳିତ ପଞ୍ଚାୟତ ନିର୍ବାଚନରେ ଜିତିବା ନିମନ୍ତେ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଉପସ୍ଥିତିରେ ନିଜର ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ସମସ୍ତଙ୍କ ଚଲାପଥ କୁସୁମିତ ନିମନ୍ତେ ବିଧାୟକ ତଥା ମନ୍ତ୍ରୀ ମଧ୍ୟ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *