ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ଉପସଭାପତି ନରେନ୍ଦ୍ର ପ୍ରସାଦ ବେହେରାଙ୍କ ସମାଜସେବା ମନଇଛା

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ସବୁ କଳାକାର ଏକ ପରିବାର ନୀତିରେ ସମସ୍ତଙ୍କ ହକ୍ ପାଇଁ ସଂଗ୍ରାମ ଜାରି ରଖିବା ନିମନ୍ତେ ରାଜ୍ୟ ସ୍ତରୀୟ ସଂଗଠନ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ର କାର୍ଯ୍ୟକାରିଣୀ କମିଟି ତଥା କର୍ମକର୍ତ୍ତାଙ୍କ ନାମ କିଛିଦିନ ତଳେ ଘୋଷିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ପଣ୍ଡିତ ବିଶ୍ଵନାଥ ଶତପଥୀ, ସଙ୍ଗୀତଜ୍ଞ ସିମାଞ୍ଚଳ ଦାସ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ୱର୍ଲ୍ଡ ୱାଚ ସମ୍ପାଦକ ଦିଲ୍ଲୀପ ଦାସ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାୟକ, ବରିଷ୍ଠ ନାଟମଣିଷ ମେଜର୍ ରମା ରମଣ ପାଢ଼ୀ ପ୍ରମୁଖଙ୍କୁ ଉପଦେଷ୍ଟା ଏବଂ ସର୍ବଶ୍ରୀ ପ୍ରମୋଦ କୁମାର ଦଣ୍ଡସେନା, ରବୀନ୍ଦ୍ର ନାଥ ମିଶ୍ର, ସଞ୍ଜୟ କୁମାର ବିଷୋୟୀ, ସୁଦାମ ପଟ୍ଟନାୟକ, ହୃଷୀକେଶ ହୋତା, ତ୍ରିଲୋଚନ ପଣ୍ଡା, ଗୀତା ସ୍ୱାଇଁ ପ୍ରମୁଖଙ୍କୁ ମହାସଂଘର କାର୍ଯ୍ୟକାରୀ ସଦସ୍ୟ/ସଦସ୍ୟା ଭାବେ ଚୟନ କରାଯାଇଛି । ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ସଭାପତି, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଓ ରାଜେନ୍ଦ୍ର ପାଢ଼ୀଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ମହେନ୍ଦ୍ର କୁମାର ନାୟକ, ପେଣ୍ଡ୍ରା ପ୍ରସାଦ ନାୟକ, ବାଲାଜୀ ସାମନ୍ତରାୟ ଏବଂ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ତଥା କବି ଓ ସାହିତ୍ୟିକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖଙ୍କୁ ଉପସଭାପତି ଭାବେ ଚୟନ କରାଯାଇଛି ।

ଜୟକୃଷ୍ଣ ପଟ୍ଟନାୟକ ଓ ଜୟନ୍ତୀ ନନ୍ଦ ସହ ସମ୍ପାଦକ ବା ସହଯୋଗୀ ସଚିବ ଭାବେ ମନୋନୀତ ହୋଇଥିବା ବେଳେ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମହାସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ସୁଦୂର ବାଲେଶ୍ଵରରୁ ଶ୍ରୀ ବେହେରା ମହାସଂଘରେ ଉପସଭାପତି ପଦବୀ ପାଇଥିବାରୁ ବେଶ୍ ଖୁସି ଅନୁଭବ କରିବା ସହିତ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆବଶ୍ୟକ ହେଲେ ଆଗାମୀ ଦିନରେ ମହାସଙ୍ଘ ମାଧ୍ୟମରେ ବାଲେଶ୍ଵର ଜିଲ୍ଲାର କଳାକାର ମାନଙ୍କ ଉନ୍ନତି ନିମନ୍ତେ ରାଜରାସ୍ତାକୁ ଉହ୍ଲାଇବେ ପାଇଁ ତିଳେମାତ୍ର କୁଣ୍ଠାବୋଧ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ଶ୍ରୀ ବେହେରା । ଜଣେ କଳାକାର କେବଳ ସମାଜ ସଚେତକ ନୁହେଁ, ସମାଜ ସେବକ ମଧ୍ୟ । ବିଭିନ୍ନ ପ୍ରକାର ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମାଜ ସଂସ୍କାର ଦିଗରେ ଅଗ୍ରସର ହୋଇଥାଏ । ଏହି ଉପଲକ୍ଷେ ବିଭିନ୍ନ ସମାଜସେବା କାର୍ଯ୍ୟ ହାତକୁ ନେଇଛନ୍ତି ଉପସଭାପତି ନରେନ୍ଦ୍ର ପ୍ରସାଦ ବେହେରା । ତାହା ପର୍ଯ୍ୟାୟ କ୍ରମେ ଜିଲ୍ଲାରେ ଆରମ୍ଭ କରାଯିବ ଯାହା ସମସ୍ତଙ୍କ ହିତରେ ଆସିବ । ନିଜ ଜିଲ୍ଲାରେ କିପରି କଳାକାର ମାନଙ୍କର ଉନ୍ନତି ହେବ ସେଥିପାଇଁ ବିଭିନ୍ନ ମହଲ ସହିତ ଯୋଗାଯୋଗ ରଖିଛନ୍ତି ବୋଲି ଉପସଭାପତି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ସଂଘ ସହସଂପାଦକ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *