ବେଗା ପଞ୍ଚାୟତବାସିଙ୍କର ସାମ୍ବାଦିକ ପ୍ରଦିପ କୁମାର ଦାସଙ୍କ ଉପରେ ଭରଷା

Spread the love

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଢ଼େଙ୍କାନାଳ ଜିଲ୍ଲା ରେ ପ୍ରଚାର ଜୋରଦାର ହୋଇଥିବା ବେଳେ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ବେଗା ଗ୍ରାମପଞ୍ଚାୟତ ରେ ତିନିଜଣ ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଥିବା ବେଳେ ପଞ୍ଚାୟତ ବାସି ସାମ୍ବାଦିକ ପ୍ରଦିପ କୁମାର ଦାସଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇଛନ୍ତି । ସର୍ବଦା ଲୋକମାନଙ୍କ ସମସ୍ୟା ଓ ଦୁଃଖ ସୁଖରେ ନିଜର କାନ୍ଧ ଦେଇଥିବା ଗଁଦିଆ ଡିଜିଟାଲ ମିଡିଆ ଆସୋସିଏସନ୍ ର ସଭାପତି ତଥା ପୂର୍ବତନ ସରପଞ୍ଚ ପ୍ରଦିପ ଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି ବୋଲି ପଞ୍ଚାୟତବାସି କହିଛନ୍ତି । ଏହି ପଞ୍ଚାୟତରେ ଏଥର ଯେତେ ଜଣ ସରପଞ୍ଚ ପଦବୀ ପାଇଁ ଲଢେଇ କରୁଛନ୍ତି ସେମାନଙ୍କ ମଧ୍ୟରେ ପ୍ରଦିପ ଦାସ ଜଣେ ଦକ୍ଷ ସାମ୍ବାଦିକ ଜଣେ ଉପଯୁକ୍ତ ନେତୃତ୍ବ ତଥା କରୋନା ଯୋଦ୍ଧା ଭାବରେ ପରିଚିତ ହୋଇ ଅନେକ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କର ଲୋକମାନଙ୍କ ପ୍ରତି ଥିବା ଭଲପାଇବା ଓ ସାହାଯ୍ୟ ସହଯୋଗକୁ ପାଥେୟ କରି ଏବେ ବେଗା ପଞ୍ଚାୟତବାସୀଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି । କାରଣ ଏବେ ନୁହେଁ ସେ ବହୁ ଆଗରୁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ , ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଜନସାଧାରଣଙ୍କ ସୁଖ ଦୁଃଖରେ ଭାଗିଦାର ହୋଇ ଆସିଛନ୍ତି ।

ଥାନା ହେଉ କି ଡାକ୍ତରଖାନା ବ୍ଲକ ହେଉକି ତହସିଲ ସବୁଠି ସବୁସମୟରେ ସେ ଲୋକଙ୍କ ଦୁଃଖର ଢାଲ ହୋଇ ଆସିଛନ୍ତି। ଜନସାଧାରଣଙ୍କ ଭଲପାଇବା ତାଙ୍କୁ ଶେଷ ମୁହୁର୍ତ୍ତରେ ସେମାନଙ୍କ ସମର୍ଥନ କୁ ମୁଣ୍ଡନୁଆଇଁ ଆଉଥରେ ଇଚ୍ଛା ପ୍ରକାଶ ଓ ଲୋକପ୍ରତିନିଧି ହେବାକୁ ସହଜରେ ଗ୍ରହଣ କରିପାରିଛନ୍ତି। ବେଗା ପଞ୍ଚାୟତ କୁ ଏକ ସ୍ବଚ୍ଛ ଓ ଦୁର୍ନୀତି ମୁକ୍ତ ପଞ୍ଚାୟତ ଭାବେ ଗଠନ କରିବାକୁ ତାଙ୍କର ସଙ୍କଳ୍ପ ଭୋଟର ମାନଙ୍କୁ ପ୍ରଭାବିତ କରିବାରେ ଲାଗିଛି। ଏବେ ସେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଘରେ ରହିଥିବା ବେଳେ ତାଙ୍କୁ ପଞ୍ଚାୟତ ବାସୀ ଙ୍କ ତରଫରୁ ମିଳୁଛି ଅନେକ ସହଯୋଗ ଏବଂ ନିଜେ ଭୋଟର ମାନେ ଏକତ୍ରିତ ହୋଇ ଏକ ବାଇକ୍ ଶୋଭାଯାତ୍ରା ବା ରାଲିରେ ବୁଲି ସେହି ପ୍ରଦିପ ଦାସ ଙ୍କ ପ୍ରାର୍ଥୀତ୍ବ ସମ୍ପର୍କରେ ଲୋକମାନଙ୍କୁ ବୁଝାଉଛନ୍ତି । ଏଥର ପରିବର୍ତ୍ତନ ର ସ୍ଵର ବେଗା ପଞ୍ଚାୟତକୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ପ୍ରଦିପ କୁମାର ଦାସ ଆଶା କରିଛନ୍ତି । ପ୍ରଦିପ କୁମାର ଦାସ ଙ୍କ ଚିହ୍ନ ମାଛ ଚିହ୍ନ । ସମସ୍ତ ଭୋଟର ମାନଙ୍କୁ ତାଙ୍କର ମଧ୍ୟ ନିବେଦନ କି ତାଙ୍କ ମାଛ ଚିହ୍ନ ରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ତାଙ୍କୁ ଜିତାଇବା ସହ ତାଙ୍କ ହାତମୁଠାକୁ ଟାଣ କରିବା ପାଇଁ ଭିକ୍ଷା ପ୍ରାର୍ଥନା କରିଛନ୍ତି ।

 

Leave a Reply

Your email address will not be published. Required fields are marked *