ପୋଲିସ ହାତରେ ପେଷାଦାର ଲୁଟେରା

Spread the love

କଟକ, (ନାଗରାଜ ନ୍ୟୁଜ): କଟକ କମିଶନରେଟ ପୋଲିସ ହାତରେ ପେଷାଦାର ଲୁଟେରା । ବାଦମବାଡ଼ି ଥାନା ପୋଲିସ ଜଣେ କୁଖ୍ୟାତ ସୁନା ଅଳଙ୍କାର ଲୁଟେରା କୁ ଗିରଫ କରିବାରେ ସଫଳ ହୋଇଛି।ଲୁଟେରା ହେମନ୍ତ ଦାସ ନା ରେ ବିଭିନ୍ନ ଥାନାରେ ୧୦୦ ରୁ ଉର୍ଦ୍ଧ୍ବ କେଶ ରହିଛି।ସୂଚନା ମୁତାବକ ଗତ ୨୯ ତାରିଖରେ ବିକାଶ ନଗର ଅଞ୍ଚଳ ରେ ଜଣେ ବ୍ୟକ୍ତି ଙ୍କ ଘରେ ଲୁଟ କରିଥିଲେ । ସେଠାରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟ କରିଥିଲେ।ପୋଲିସ ଏହି ଘଟଣାର ତଦନ୍ତ କରି ୬୦ ଗ୍ରାମ ଚୋରି ସୁନା,ଓ ଟଙ୍କା ଜବତ କରିବା ସହିତ ହେମନ୍ତ ଓ ଚୋରି ସୁନା କିଣିଥିବା ବୈଦ୍ୟନାଥ ସାହୁ କୁ ଗିରଫ କରିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଏସିପି ଯୋନ ୬ ଅମରେନ୍ଦ୍ର ପଣ୍ଡା ସାମ୍ୱାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି।ଅନ୍ୟପଟେ ପେଷାଦାର ଲୁଟେରା ହେମନ୍ତଙ୍କୁ ବର୍ତ୍ତମାନ ୫୯ ବର୍ଷ ହୋଇଥିବା ବେଳେ ୧୯୮୬ ମସିହାରୁ ଚୋରି କରି ଆସୁଥିବା ବେଳେ ପାଖାପାଖି ୭୦ ଥର ଜେଲ ଯାଇ ସାରିଲେଣି । ତାଙ୍କୁ ଯେତେବେଳେ ତାଙ୍କୁ ପଚରାଯାଇଥିଲା ଚୋରି କରିବେ କି ଆଗକୁ ସେ କୌତୁହଳ ପୂର୍ଣ ଉତ୍ତର ଦେଇ କହିଥିଲେ କି ଚୋରି କରିବି କି ନାହିଁ କହି ହେବ ନାହିଁ ।

Leave a Reply

Your email address will not be published. Required fields are marked *