ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରରେ ଅଦ୍ବିତୀୟ ଅର୍କକ୍ଷେତ୍ର ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ରଥଯାତ୍ରା 

Spread the love

ଗଞ୍ଜାମ, (ନାଗରାଜ ନ୍ୟୁଜ): ଓଡିଶାର ଅଦ୍ବିତୀୟ ଅର୍କକ୍ଷେତ୍ର ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରରେ ଭଞ୍ଜବଂଶ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରେ ସୂର୍ଯ୍ୟ ପୂଜା ସହ ସମସ୍ତ ପାରମ୍ପାରିକ ରୀତିରେ ଦେବନୀତି ସମ୍ପୂର୍ଣ୍ଣ କରିବା ପରେ ସନ୍ଧ୍ୟା ସମୟରେ ମନ୍ଦିରରେ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ଚଳନ୍ତି ପ୍ରତିମାକୁ ନେଇ ହିରଣ୍ୟମୟ ରଥରେ ବିରାଜମାନ କରାଇଥିଲେ । ତା’ପରେ ମହନ୍ତ ରଘୁବର ଭକ୍ତରାମ ଦାସ ମହାରାଜାଙ୍କ ତତ୍ବାବଧାନରେ ଯାତ୍ରା ଆରମ୍ଭ କରି ଘଣ୍ଟମୃଦଙ୍ଗ, ଖୋଳତାଳ, ଢୋଲବାଦ୍ୟ ଏବଂ ବାଣ ପଟୁଆର ମାଧ୍ୟମରେ ପାଛୋଟି ନେଇ ଶ୍ରୀ ଶ୍ରୀ ବଳଦେବ ସ୍ବାମୀଙ୍କ ଦୋଳ ମଣ୍ଡପରେ ବସାଇ ସେଠାରେ ନୀତି ଅନୁସାରେ ପୂଜାର୍ଚ୍ଚନା ସାରିବା ପରେ ଏକଶତ ଆଠ ଆଳତୀ କରାଯାଇଥିଲା ତା’ପରେ ପୁଣି ରଥାରୁଢ଼ ହୋଇ ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସନ୍ଥ ଶ୍ରୀ ରାମ ଶରଣ ଦାସ ମହାରାଜ, ପୂଜକ ଉମାକାନ୍ତ ଦାଶ, ବଳରାମ ପାଢୀ, ସରୋଜ ପଣ୍ଡା, ଦେବରାଜ ସାହୁ, ତ୍ରିଲୋଚନ ପଣ୍ଡା, କୃଷ୍ଣଚନ୍ଦ୍ର ଦାଶ ପ୍ରମୁଖ ସୁପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *